You are currently viewing ପାର୍ବଣ ସମୟରେ ବଢିପାରେ ସଂକ୍ରମଣ- ଡିଏମ୍ଇଟି

ପାର୍ବଣ ସମୟରେ ବଢିପାରେ ସଂକ୍ରମଣ- ଡିଏମ୍ଇଟି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୩୦.୦୯.୨୦୨୧, ଆସୁଛି ପାର୍ବଣ । ମହାମାରୀ କରୋନା କଟକଣା ଏବଂ ସଚେତନତା ଭିତରେ ହେବ ପୂଜା । ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ । ଏନେଇ ଆଜି ଡିଏମ୍ଇଟି ସତର୍କ କରାଇଛନ୍ତି ।
ସେ କହିଛନ୍ତି ଯେ, ଭିଡ ହେଲେ ବଢ଼ିପାରେ ସଂକ୍ରମଣ । ଏନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବା ଉଚିତ୍ । ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ବଢ଼ାଯାଉଛି। ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ଡିଏମ୍‌ଇଟି ପରାମର୍ଶ ଦେଇଛନ୍ତି। ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଥିବା ସେ ସୂଚନା ଦେଇଛନ୍ତି।

ତେବେ ଆଜି ୧୮ଶହ କେନ୍ଦ୍ରରେ ଟିକାକରଣ ଚାଲିଛି। ଆଜି ଯାଏ ୩ କୋଟି ଡୋଜ୍ ଟିକାକରଣ ସରିଲାଣି। ତେବେ ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି। ରାଜ୍ୟରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ୭୧% ପ୍ରଥମ ଡୋଜ ଟିକାକରଣ ହୋଇଥିବା ବେଳେ ୭୨ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।