You are currently viewing ଆଜି ଜେରା ହେବେନି ବିଦ୍ୟାଭାରତୀ

ଆଜି ଜେରା ହେବେନି ବିଦ୍ୟାଭାରତୀ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର,୦୩/୦୯: ଆଜି ଜେରା ହେବେନିି ବିଦ୍ୟାଭାରତୀ । ଗତକାଲି ଜେରାର ସମ୍ମୁଖୀନ ହୋଇ ପ୍ରାୟ ୭୦ ପ୍ରଶ୍ନର ଉତ୍ତର ଦେଇଥିବା ବିଦ୍ୟାଭାରତୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ପୁଣି ଥରେ ବିଦ୍ୟା କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ ବୋଲି ଶୁଣିବାକୁ ମିଳିଥିଲା । ମାତ୍ର ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ଫେରିଯାଇଥିବା ଜଣାପଡିଛି । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗତକାଲି ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଉଦଳାସ୍ଥିତ ବାସଭବନରେ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଦୀର୍ଘ ୭ ଘଣ୍ଟା ଧରି ବୀଦ୍ୟାଙ୍କୁ ଜେରା କରାଯାଇଥିବା ବେଳେ ୭୦ ରୁ ଉର୍ଦ୍ଧ୍ୱ ପ୍ରଶ୍ନ ପଚରା ଯାଇଥିଲା । ହେଲେ ବିଦ୍ୟାଙ୍କ ଠାରୁ କଣ ସୁରାକ ମିଳିଛି ସେ ବିଷୟରେ କ୍ରାଇମବ୍ରାଞ୍ଚ ଖୁଲାସା କରିନାହିଁ । ବିଦ୍ୟାଙ୍କ ବାପା-ମାଙ୍କୁ ମଧ୍ୟ ଜେରା କରାଯାଇଥିଲା । ମାତ୍ର କ୍ରାଇମବ୍ରାଞ୍ଚ କଣ ପ୍ରଶ୍ନ କରିଛି ତାହା ସେମାନେ କହିପାରିବେ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଇମାନ କଲ୍ୟାଣୀ କହିଛିନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।