You are currently viewing ସାଇକେଲରେ ଦୁନିଆଁ ବୁଲି ବିଶ୍ୱ ରେକର୍ଡ

ସାଇକେଲରେ ଦୁନିଆଁ ବୁଲି ବିଶ୍ୱ ରେକର୍ଡ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୦୪/୦୧, ସାଇକେଳରେ ସମଗ୍ର ଦୁନିଆ ବୁଲି ବିଶ୍ୱ ରେକର୍ଡ କଲେ ଇଂଲଣ୍ଡ ଡର୍ବି ସହରର ଦମ୍ପତ୍ତି । ୧୮୦ ଦିନରେ ୧୮ ହଜାର ମାଇଲ ଅତିକ୍ରମ କରି ରଚିଛନ୍ତି ବିଶ୍ୱ ରେକର୍ଡ । ଏଥି ସହିତ ସେମାନେ ଏକ ନୂଆ ବିଶ୍ୱ ରେକର୍ଡର ଦାବିଦାର ହୋଇଛନ୍ତି। ପୂର୍ବରୁ ଏକ ମହିଳା ଯୋ଼ଡ଼ି ୨୬୮ ଦିନରେ ଏବଂ ପୁରୁଷ ଯୋଡ଼ି ୨୮୧ ଦିନରେ ଏହି ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ କୌଣସି ମିଶ୍ରିତ ଯୋଡ଼ି ଏଭଳି ରେକର୍ଡ କରି ନ ଥିବାରୁ ଗିନିସ୍ ବୁକ୍ ପକ୍ଷରୁ ଉକ୍ତ ଦମ୍ପତିଙ୍କୁ ଏହି ରେକର୍ଡର ସ୍ୱୀକୃତି ମିଳିବାର ପଥ ଉନ୍ମୁକ୍ତ ହୋଇଯାଇଛି। ଲୌରା ମାସି-ପଗ୍ ଓ ଷ୍ଟିଭି ମାସି ଗତ ବର୍ଷ ଜୁନ୍ ୫ରେ ଏହି ଅଭିଯାନ ଆରମ୍ଭ କରିଥିଲେ। ଦୁଇଜଣ ଏକାବେଳେ ଚଳାଇପାରୁଥିବା ‘ଟାଣ୍ଡେମ୍ ବାଇକ୍’ ନାମକ ସାଇକେଲ୍‌ରେ ସବୁଠାରୁ କମ୍ ସମୟରେ ପୃଥିବୀ ବୁଲିସାରିବା ଭିତରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେଉଁଠି ଜଣେ ଅସୁସ୍ଥ ହୋଇପଡ଼ିଥିଲେ ତ ଆଉ କେଉଁଠି ସାଇକେଲ୍ ଖରାପ ହୋଇଯାଇଥିଲା। ଭାରତରେ ଦେହ ଖରାପ ହୋଇଯିବା, ଜର୍ଜିଆରେ ଭିସା ସମସ୍ୟାରେ ପଡ଼ିବା, ମାଲେସିଆରେ ତାଙ୍କ ଉପରେ ଏକ ମୋପେଡ୍ ବାଡେଇ ହେବା ଭଳି ବହୁବିଧ ବାଧକ ସୃଷ୍ଟି ହେବା ସତ୍ତେ୍ୱ ସେମାନେ ନିଜର ଲକ୍ଷ୍ୟ ପୂରା କରିପାରିଛନ୍ତି। ନିର୍ଦ୍ଧାରିତ ସମୟ ଅନୁଯାୟୀ ୧୮୦ ଦିନ ପରେ ବର୍ଲିନର ବ୍ରାଣ୍ଡେନବର୍ଗ ଗେଟରେ ସେମାନଙ୍କର ଏହି ଅଭିଯାନ ସମାପ୍ତ ହୋଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।