You are currently viewing ୧୭ ତାରିଖ ବେଳକୁ ବାତ୍ୟା ସମ୍ଭାବନା !

୧୭ ତାରିଖ ବେଳକୁ ବାତ୍ୟା ସମ୍ଭାବନା !

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୮.୧୦.୨୦୨୧, ରାଜ୍ୟରେ ପୂଜାବେଳକୁ ବାତ୍ୟା ଆଶଙ୍କା ରହିଥିଲା । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ପୂଜା ହେଉଥିବାବେଳେ ବାତ୍ୟା ପୂଜାର ଚମକକୁ ଫିକା କରିଦେଇଥାନ୍ତା । କିନ୍ତୁ ଏବେ ପୂଜାରେ ବାତ୍ୟା ଆଶଙ୍କା ଦୂର ହୋଇଛି । ଦଶହରାରେ ବାତ୍ୟା ଭୟ ଦୂର ହୋଇଛି କିନ୍ତୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ପୂର୍ବରୁ ପାଣିପାଗବିତ୍‌ ଦୁଇଟି ବାତ୍ୟା ନେଇ ପୂର୍ବାନୁମାନ କରିଥିଲେ । ମାତ୍ର ପ୍ରଥମ ବାତ୍ୟା ନହୋଇ ଲଘୁଚାପ ପରେ ଅବପାତ ରୂପ ନେବ ଏବଂ ଦ୍ୱିତୀୟ ସିଷ୍ଟମ୍‌ ଅନୁସାରେ ୧୭ ତାରିଖ ବେଳକୁ ବାତ୍ୟା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରୁଛନ୍ତି ।
ପୂର୍ବ ସୂଚନା ଅନୁସାରେ, ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ । କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ତାପମାତ୍ରା ଓ ଉପର ବାୟୁମଣ୍ଡଳର ସ୍ଥିତି ଯୋଗୁଁ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ହେବ । ଫଳରେ ରାଜ୍ୟରେ ୧୪, ୧୫ ଓ ୧୬ରେ ବର୍ଷା ହେବ ବୋଲି ସମ୍ଭାବନା ଥିଲା ।
ସେହିପରି ଦ୍ୱିତୀୟ ମଡେଲ୍‌ ଅନୁସାରେ ଏବେ ଦକ୍ଷିଣ ଚୀନ ସାଗରରେ ବାତ୍ୟା ରୂପ ନେଇ ସାରିଛି । ଯାହା ୧୦ ବେଳକୁ ଭିଏତନାମ ଛୁଇଁବ । ଆଣ୍ଡାମାନ ସାଗରରେ ୧୪ରୁ ୧୫ ବେଳକୁ ଅବପାତ ହେବ । ୧୭ କିମ୍ବା ୧୮ ବେଳକୁ ଏହା ବିଶାଖାପାଟଣାରୁ ଦୀଘା ମଧ୍ୟରେ ମାଡ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।