You are currently viewing ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ପ୍ରଭାବରେ ୬ରୁ ଲଘୁଚାପ ।

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ପ୍ରଭାବରେ ୬ରୁ ଲଘୁଚାପ ।

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୪/୦୫, ଆଜି ସୃଷ୍ଟି ହେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣିର୍ବଳୟ । ଏହା ପ୍ରଭାବରେ ଆସନ୍ତା ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୪ ଦିନ ମଧ୍ୟରେ ଅବପାତର ରୂପ ନେବ । ତେବେ ଓଗଊ ପକ୍ଷରୁ ବାତ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଆସନ୍ତା କାଲି ବେଳକୁ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ । ଅନ୍ୟପଟେ ବାତ୍ୟାକୁ ନେଇ ବିଭିନ୍ନ ମଡେଲ ବିଭିନ୍ନ ରାୟ ଦେଉଛନ୍ତି । ତେବେ ୟୁରୋପୀୟ ମଡେଲରେ ବାତ୍ୟାର ତୀବ୍ରତା ଓଡିଶାକୁ ଅଧିକ ନରହିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଆମେରିକାନ୍ ମଡେଲରେ ଏହାର ତୀବ୍ରତା ଓଡିଶା ପ୍ରତି ଅଧିକ ରହୁଛି । ସେହିପରି ବାତ୍ୟା ବାଂଲାଦେଶ ମୁହାଁଇବ ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।