SCHOOL-BUS

ସ୍କୁଲ ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

  • Post category:ଓଡିଶା
  • Reading time:1 mins read

ଏଏନଏସ: ଘରୋଇ ସ୍କୁଲ ଗାଡ଼ିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ୭ଜଣ ଛାତ୍ରଛାତ୍ରୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବାୟାକୂଦା ଗାଁ ନିକଟରେ। ସୂଚନା ଅନୁଯାୟୀ ଆଜି ସକାଳେ ଡ଼ିଏଭି ପବ୍ଲିକ ପବ୍ଲିକ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ନେଇ ସ୍କୁଲ ଯାଉଥିବା ବେଳେ  ବାୟାକୁଦା ଛକ ନିକଟରେ ବସ୍ ଟାୟାରରୁ ହଠାତ ନିଆଁ ବାହାରିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଡ୍ରାଇଭରକୁ କହିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ବସ୍‌ରେ ଥିବା ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ଫୋନ୍ କରିଥିଲେ। ଖବର ପାଇଁ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା | ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ| 

ଅନ୍ୟମାନଙ୍କୁ ଜଣାନ୍ତୁ।