You are currently viewing ଶିଳପୁଆ ମାଡ଼ରେ ଚାଲିଗଲା ଝିଅର ଜୀବନ

ଶିଳପୁଆ ମାଡ଼ରେ ଚାଲିଗଲା ଝିଅର ଜୀବନ

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ଼(ଏଏନଏସ) ୧୯.୧୨.୨୦୨୧, ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କଲାମେଘା ଥଇଥାନ କଲୋନୀରେ ଅଭାବନୀୟ ଘଟଣା । ଶିଳପୁଆ ମାଡ଼ରେ ତାଙ୍କ ନାବାଳିକା ଝିଅର ମୃତ୍ୟୁ ଘଟିଛି । ମା’ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବାପାଙ୍କ ମୃତ୍ୟୁ ପରେ ମା’ଓ ଝିଅ କଲାମେଘା ଥଇଥାନ କଲୋନୀରେରେ ରହୁଥିଲେ। ଝିଅ ମୋବାଇଲରେ ସବୁବେଳେ କଥା ହେଉଥିଲା, ଯାହାକୁ ମାଆ ବିରୋଧ କରିଆସୁଥିଲେ। ଏହାକୁ ନେଇ ମା’ଓ ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମା’ ରାଗି ଯାଇ ଶିଳପୁଆରେ ଝିଅର ମୁହଁକୁ ବାଡ଼େଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିଲା। ଏହାପରେ ମା’ ଘର ଭିତରେ ମୃତଦେହକୁ ରଖି ଦେଇ ହେମଗିରି ଚାଲିଯାଇଥିଲା। ସେହିଦିନ ରାତିରେ ପୁଣି ଘରକୁ ଫେରିଥିଲା। କିନ୍ତୁ କେହି ଝିଅକୁ ହତ୍ୟା କରିଥିବା କହିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସର ପଚରାଉଚରା ପରେ ମାଆ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।