You are currently viewing ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି

ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି

ପୁରୀ-୧୬.୦୫.୨୦୨୧, ବଢ଼ିଲା ଶ୍ରୀମନ୍ଦିର କଟକଣା । ପୁଣି କାଳିଆ ଦର୍ଶନଠାରୁ ଦୂରରେ ରହିବେ ଭକ୍ତ । ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଅବଧି ବୃଦ୍ଧି କରାଯାଇଛି ।

କୋଭିଡ୍ ସ୍ଥିତିକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଖାଲି ଭକ୍ତଙ୍କୁ ବାରଣ କରାଯାଇ ନାହିଁ ବରଂ ସବୁ ସେବାୟତଙ୍କୁ ମଧ୍ୟ ମନ୍ଦିର ଭିତରକୁ ଅନୁମତି ଦିଆଯିବ ନାହିଁ। ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।