You are currently viewing ନାଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନାଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ଼(ଏଏନଏସ) ୧୨.୧୨.୨୦୨୧, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଳ ଷ୍ଟେସନ ସିଂଘାପଦ ରେଳ ଫାଟକ ନିକଟ ନାଳରେ ପଡିଛି ମୃତଦେହ । ମୃତକ ଜଣକ ଜଣେ ଯୁବତୀ ଓ ତାଙ୍କ ବୟସ ୨୦ ରୁ ୨୫ ବର୍ଷ ହୋଇଥିବା ଜଣାପଡିଛି । କିନ୍ତୁ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।
ସୂଚନା ଅନୁସାରେ, ରବିବାର ସକାଳ ସମୟରେ ସିଂଘାପଦ ରେଳ ଫାଟକ ନିକଟରେ ନାଳରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକ ପୋଲିସ କୁ ଖବର ଦେଇଥିଲେ । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହକୁ ଜବତ କରିଛି । ମୃତ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ତେବେ ମହିଳାଙ୍କ ମୃତ୍ୟୁ କିପରି ହୋଇଛି ତାହା ଜଣାପଡ଼ି ପାରିନାହିଁ । ଟ୍ରେନରୁ ଖସି ପଡି ମୃତ୍ୟୁ ଘଟିଛି ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ସେ ନେଇ ପୋଲିସ ତଦନ୍ତ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।