You are currently viewing କାଠଯୋଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାଠଯୋଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ) ୨୦.୧୦.୨୦୨୧, କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ଯୁବକଙ୍କ ମୃତ୍ୟୁ ହୋଇଛି   । ଆଜି ସକାଳ ସମୟରେ ଯୁବକ ଜଣଙ୍କ ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇପଡିଥିଲେ । ଓଡ୍ରାଫ ଟିମ୍‌ର ପକ୍ଷରୁ ଖୋଜାଖୋଜି ପରେ ମୃତଦେହ ଠାବ ହୋଇଛି ।
ସୂଚନା ଅନୁସାରେ,  ଆଜି କଟକ-ଭୁବନେଶ୍ୱର ରାସ୍ତା କାଠଯୋଡି ବ୍ରିଜରୁ ଯୁବକ ଡେଇଁପଡିଥିଲେ ।  ନଦୀକୁ  ଡେଇଁଥିବାର ସ୍ଥାନୀୟ ଲୋକେ ଦେଖି ଓଡ୍ରାଫ୍ ଟିମକୁ ଖବର ଦେଇଥିଲେ । ପରେ ସେମାନେ ସେଠାରେ ଖୋଜାଖୋଜି ଆରମ୍ଭ କରିଥିଲେ ।ତେବେ ଆତ୍ମହତ୍ୟା ର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।  ଯୁବକଙ୍କ ଘର ଭୁବନେଶ୍ବର ଖାରବେଳନଗର ।  ସେ  ଡେଲିବରି ବୟ ଭାବେ କାମ କରୁଥିବା ସୂଚନା । 

ଅନ୍ୟମାନଙ୍କୁ ଜଣାନ୍ତୁ।