You are currently viewing ଚନ୍ଦ୍ରଭାଗା ସମୁଦ୍ରରେ ଯୁବକ ନିଖୋଜ ଘଟଣା, ମିଳିଲା ମୃତଦେହ

ଚନ୍ଦ୍ରଭାଗା ସମୁଦ୍ରରେ ଯୁବକ ନିଖୋଜ ଘଟଣା, ମିଳିଲା ମୃତଦେହ

  • Post category:ଓଡିଶା
  • Reading time:1 mins read

ପୁରୀ-୨୮.୦୮.୨୦୨୧, ଚନ୍ଦ୍ରଭାଗା ସମୁଦ୍ରରେ ଡ଼ଙ୍ଗା ବୁଡିବା ଘଟଣାରେ ମିଳିଲା ନିଖୋଜ ରାଜୁଙ୍କ ମୃତଦେହ l ଜମାରl ଗ୍ରାମ ସୁରକ୍ଷା ଜଙ୍ଗଲ ବଡଖଞ୍ଜି ଠାରୁ ରାଜୁଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଛି l ସୂଚନାଯୋଗ୍ୟ ଯେ, ଗତକାଲି ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୫ ମତ୍ସ୍ୟଜୀବୀ ଏକ ଡ଼ଙ୍ଗାରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ସମୟରେ ସମୁଦ୍ରର ଉଚ୍ଚ ଲହଡିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଡ଼ଙ୍ଗା। ଘଟଣାସ୍ଥଳରୁ ୪ ତେଲୁଗୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା ।କିନ୍ତୁ ଆପୋଲୋ ରାଜୁ ନାମକ ଏକ ଯୁବକ ନିଖୋଜ ରହିଥିଲେ । ତେବେ ଆଜି ଭୋର ସମୟରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।