You are currently viewing ଡିସେମ୍ବର ମାସ କରୋନା ଗାଇଡଲାଇନ ଜାରି

ଡିସେମ୍ବର ମାସ କରୋନା ଗାଇଡଲାଇନ ଜାରି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୧.୧୨.୨୦୨୧, କରୋନା ସଂକ୍ରମଣ କମିଥିବାବେଳେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିନ୍ତା ବଢ଼ାଇଛି । ଏନେଇ ପୁଣି ଥରେ କଟକଣାକୁ କଡାକଡି କରାଯାଉଛି । ତେବେ ଡିସେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ଗାଇଡ ଲାଇନ ଅନୁସାରେ ପୂର୍ବପରି ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ନୂଆ ବର୍ଷ ପାଇଁ ଅଧିକ ଲୋକ ଏକତ୍ର ହୋଇଥାନ୍ତି ଯାହାଦ୍ବାରା ସଂକ୍ରମଣ ବଢିବା ଆଶଙ୍କା ଥାଏ । ତେଣୁ  ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ପାର୍କରେ ଜିରୋ ନାଇଟ ପାଳନ ପାଇଁ ମନା କରାଯାଇଛି ।  ସର୍ବସାଧାରଣରେ ପିକନିକ୍ ଓ ଗୋଷ୍ଠୀ ଭୋଜିକୁ ବାରଣ କରାଯାଇଛି । କୋଭିଡ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ ଚାଲିବ । ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇପାରିବେ ।  
ସେହିପରି କୌଣସି ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ । ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ ।


ଅନ୍ୟମାନଙ୍କୁ ଜଣାନ୍ତୁ।