You are currently viewing ଶ୍ରୀକ୍ଷେତ୍ରରେ ଡିଜିଟାଲ ମିଡିଆର ପ୍ରଥମ ସ୍ଵର୍ଣ୍ଣକ୍ଷେତ୍ର

ଶ୍ରୀକ୍ଷେତ୍ରରେ ଡିଜିଟାଲ ମିଡିଆର ପ୍ରଥମ ସ୍ଵର୍ଣ୍ଣକ୍ଷେତ୍ର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୨୪/୧୨, ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ପ୍ରଥମ ସ୍ଵନକ୍ଷତ୍ର ପୁରୀ ଶ୍ରୀକ୍ଷେତ୍ର ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଉତ୍ସବରେ ପ୍ରଥମ ଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଆସୋସିଏସନର ପ୍ରତିନିଧି ତଥା ନୂତନ ସଦସ୍ୟ/ସଦସ୍ୟାମାନେ ଯୋଗଦେଇ ନିଜ ନିଜର ପରିଚୟ ପ୍ରଦାନ ସହ ଅନୁଭୂତି ବର୍ଣ୍ଣନା କରିଥିଲେ। ଆଜି ଦ୍ଵିତୀୟ ଦିବସରେ ସ୍ଵନକ୍ଷତ୍ର ଅବସରରେ “ଅବକ୍ଷୟମୁଖୀ ଗଣମାଧ୍ୟମ ଓ ଜନମତ” ସମ୍ପର୍କିତ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀଯୁକ୍ତ ନବକିଶୋର ମହାନ୍ତି ,ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀରାମ ଦାଶ,ଦୂରଦର୍ଶନର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ ମହାପାତ୍ର ,ଡଃ ବାସନ୍ତୀ ଦାଶ,ଶ୍ରୀ ସୁନୀଲ କୁମାର ଦେ ପ୍ରମୁଖ ଯୋଗଦେଇ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ।

ଉଭୟ ଦିବସର ଅଧିବେଶନରେ ଆସୋସିଏସନର ସଭାପତି ତୁଷାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ଗୌରଚନ୍ଦ୍ର ମହାପାତ୍ର, ଡଃ ବାସନ୍ତୀ ଦାସ ଓ ନନ୍ଦିତା ପ୍ରିୟଦର୍ଶିନୀ ଓ ପ୍ରୀତି ମହାନ୍ତିଙ୍କୁ ସମାଜରେ ନିଜ ନିଜ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଆସୋସିଏସନର ଉପସଭାପତି ତଥା କଳିଙ୍ଗ ନ୍ୟୁଜର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ଦେ, ରାଜକିଶୋର ମହାପାତ୍ର, ନିହାର ରଞ୍ଜନ ପଣ୍ଡା , ଦେବପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କଳିଙ୍ଗନ୍ୟୁଜର କୋଡ଼ିଏରୁ ଉର୍ଦ୍ଧ୍ବ ସାମ୍ବାଦିକ ତଥା ସଭ୍ୟ/ସଭ୍ୟାମାନେ ଯୋଗଦେଇ ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।