dharmendra

ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆରରେ ଯାଇ ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଏନଏସ: କେନ୍ଦ୍ରରେ ୪ଶହ ପାର, ଓଡ଼ିଶାରେ ଡବଲ ଇଂଜିନ ସରକାରର ନାରା ଦେଉଥିବା ରାଜ୍ୟ ବିଜେପିର ଶୀର୍ଷ ନେତା ଆଜି ନାମାଙ୍କନ ଦାଖଲ କରିଛନ୍ତି । ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ପ୍ରତ୍ୟକ୍ଷ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାମାଙ୍କନ ଦାଖଲ ଶୋଭାଯାତ୍ରା ସହ ସମ୍ମାନର ଆସନ କୁହାଯାଉଥିବା ସମ୍ବଲପୁର ଲଢ଼େଇ ପାଇଁ ବିଧିବଦ୍ଧ ଭାବେ ମୂଳଦୂଆ ପକାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମା’ସମଲେଶ୍ୱରୀଙ୍କ ଦର୍ଶନ ପରେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆରରେ ବାହାରି ରାମଜୀ ମନ୍ଦିର, ବାଲିବନ୍ଧ, କୁଞ୍ଜେଲପଡ଼ା, ଝାଡୁଆପଡ଼ା, ନନ୍ଦପଡ଼ା, ଦଲେଇପଡ଼ା ଓ ମୁନିସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନାଯୋଗ୍ୟ ବିଜେପି ନେତାଙ୍କ ଏହି ଦମ୍ଭୋକ୍ତି ଭିତରେ ସମ୍ବଲପୁରରେ ଏକ ବଡ଼ ଲଢ଼େଇ ହେବ। କାହିଁକି ନା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ନରେଗନ୍ଦ୍ର ପ୍ରଧାନ ମୁକାବିଲା କରିବାକୁ ଯାଉଛନ୍ତି । ତେବେ ଦେଖିବାକୁ ବାକି ରହିଛି,କିଏ ସମ୍ବଲପୁରରେ ବିଜୟ ଲାଭ କରୁଛନ୍ତି?

ଅନ୍ୟମାନଙ୍କୁ ଜଣାନ୍ତୁ।