You are currently viewing ନେହେରୁ ଯୁବ କେନ୍ଦ୍ର ତଥା ଏନ.ଏସ୍‌.ଏସ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅମୃତ ମହୋତ୍ସବ ପାଳନ

ନେହେରୁ ଯୁବ କେନ୍ଦ୍ର ତଥା ଏନ.ଏସ୍‌.ଏସ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅମୃତ ମହୋତ୍ସବ ପାଳନ

  • Post category:ଓଡିଶା
  • Reading time:1 mins read


ସମ୍ବଲପୁର,୩୦/୦୮: ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ରାଷ୍ଟ୍ରରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ନେହୁରୁ ଯୁବ କେନ୍ଦ୍ର ଏବଂ ଜାତୀୟ ସେବା ଯୋଜନା (ଏନ.ଏସ୍‌.ଏସ୍‌) ସମ୍ବଲପୁର ଜିଲ୍ଲା ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆଜି “ଆଜାଦି କା ଅମୃତ ମହୋତ୍ସବ” ମହାସମାରହ ରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବରଗଡର ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶକୁ ମାଁ ଭଳି ଅନ୍ତରରୁ ବିଚାର କଲେ ତା’ପାଇଁ ହୃଦୟରେ ସେବା ଓ ତ୍ୟାଗର ଭାବନା ଜାଗ୍ରତ କରି ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଶରୀର ଓ ମନକୁ ସୁସ୍ଥ ରଖିବାକୁ କହିଥିଲେ । ଅବସର ପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ସମ୍ମାନିତ ଅତୀଥି ଭାବେ ଯୋଗ ଦେଇ କ୍ରୀଡା ମାଧ୍ୟମରେ ଶରୀର ଓ ମନକୁ ସୁସ୍ଥ ରଖି ଦେଶ ଗଠନ କରିବାକୁ ଯୁବ ଗୋଷ୍ଠୀ ଆଗେଇ ଆସନ୍ତୁ ବୋଲି କହିଥିଲେ । ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଆକାଶ ବାହିନୀ ଅଧିକାରୀ ଇନ୍ଦୁ ଭୁଷଣ ମହାପାତ୍ର ଦେଶକୁ ଭଲ ପାଇଲେ ,ଦେଶ ପାଇଁ କାମ କରିବାକୁ ମନ ଲାଗିବ ବୋଲି କହିଥିଲେ । ଜିଲ୍ଲା ପରିଷେଦ ଅଧ୍ୟକ୍ଷ ଶ୍ରୀ ରାଧେଶ୍ୟାମ ବାରିକ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଆୟୋଜକ ମାନଙ୍କୁ ସାଧୁ ବାଦ ଜଣେଇଥିଲେ ।ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏନ.ଏସ୍‌.ଏସ୍ ସଂଯୋଜକ ସୁମନ କେର୍କେଟା ମଧ୍ୟ କ୍ରୀଡା ମାଧ୍ୟମରେ ଶରୀର ସୁସ୍ଥ ରହିବ ବୋଲି କହିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ରେ ମାଲ୍ୟାର୍ପଣ ପୁର୍ବକ ଦ୍ୱୀପ ପ୍ରଜ୍ୱଳନ କରିଥିଲେ । ପରେ ଜାତୀୟ ସଂଗୀତ ଗାନ ,ସୁସ୍ଥ ରହିବା ପାଇଁ ଶପଥ ପାଠ ତଥା ଫିଟ୍ ଇଣ୍ଡିଆ ୨.୦ ଅନୁଷ୍ଠିତ ହୋଇଥିଲା ।ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଅଧ୍ୟାପକ,ଅଧ୍ୟାପିକା ଡ.ଏସ୍ ମିଶ୍ର, ସମ୍ଭୁନାଥ ବିଶ୍ୱାଳ, ଡ. ପ୍ରିୟଙ୍କା ପତି, ସୁନିତା ପଣ୍ଡା.ସୀମାନ୍ତିକା ଦାଶ,ସୁସାନ୍ତ ଶତପଥୀ,ସାନ୍ତନୁ ପ୍ରଧାନ,ଦୀପ୍ତିକାନ୍ତ ସିଂହ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ନେହୁରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ପୌରହିତ୍ୟ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।