You are currently viewing ଧାନକିଣାକୁ ନେଇ ଗୃହରେ ହଟ୍ଟଗୋଳ

ଧାନକିଣାକୁ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର, ଆଜି ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହୋ-ହାଲ୍ଲା ଆରମ୍ଭ କରିଥିଲେ । ଯଦ୍ୱାରା କି ଗୃହ କାର୍ଯ୍ୟକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି । ୧୧.୩୦ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସରକାର ଗୃହ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।

କୃଷି ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଇଥିଲେ ଯେ, ସବୁ ଚାଷୀଙ୍କଠାରୁ ଧାନ କିଣା ଯିବ, ମାତ୍ର ତାହା ହେଲା ନାହିଁ । ଚାଷୀମାନେ ବର୍ତ୍ତମାନ ଆତ୍ମହତ୍ୟା କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ‘ଯଦି ରାଜ୍ୟ ସରକାର ତାଙ୍କ କଥା ନ ରଖିବେ ଗୃହ କାହିଁକି ଚାଲିବ’ ବୋଲି ପ୍ରଶ୍ନ କରିଥିଲେ ନରସିଂହ । ଗୃହର ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି ବୋଲି ଅଭିଯୋଗ ଆଣିଥିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ଆଜି ବି ଅନେକ ମଣ୍ଡିିରେ ଧାନ ପଡିରହିଛି ଗାଇଗୋରୁ ଖାଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ ଜୟନାରାୟଣ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି ଗୃହରେ ପ୍ରଶ୍ନ କରିଥିଲେ ଯେ, ଯଦି ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିଫଳ ହେଉଛନ୍ତି ଓ ଏହାର ସମାଧାନ ହେଉନାହିଁ ତେବେ ଗୃହକୁ ଚଳାଇ ନେବୁନି ।

ଧାନ ମଣ୍ଡିରୁ ନଉଠିବା ଯାଏଁ ଗୃହ ଚଳାଇ ଦେବୁନି ବୋଲି କହିଥିଲେ ତାରା । ତାରା ଆହୁରି କହିଥିଲେ ଯେ, ମଣ୍ଡିରୁ ସମସ୍ତ ଧାନ ଉଠିବା ପାଇଁ ଗୃହରେ ବାଚସ୍ପତି ରୁଲିଂ ଦିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।