You are currently viewing କାଟାଗୋରୀ ‘ଏ’ ଜିଲ୍ଲାରେ ୨୨ରୁ ହେବ ଡିଏଲ୍ ଟେଷ୍ଟ

କାଟାଗୋରୀ ‘ଏ’ ଜିଲ୍ଲାରେ ୨୨ରୁ ହେବ ଡିଏଲ୍ ଟେଷ୍ଟ

ଭୁବନେଶ୍ୱର-୧୮.୦୬.୨୦୨୧, କରୋନା ସଂକ୍ରମଣ ହାର ରାଜ୍ୟରେ ହ୍ରାସ ପାଇବା ପରେ ଗତକାଲିଠାରୁ ରାଜ୍ୟରେ ଆଂଶିକ ଲକଡାଉନ କଟକଣା ଲାଗୁ ହୋଇଛି । କଟକଣା କୋହଳ ହେବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ପଞ୍ଜୀକରଣ, ଲର୍ଣ୍ଣିଂ ଲାଇସେନ୍‌ସ, ଡ୍ରାଇଭିଂ ଟେଷ୍ଟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଏଥିସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପର୍‌ମିଟ୍‌, ଆର୍‌ସି, ଫିଟନେସ ଅବଧିକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
କେବଳ ‘ଏ’ କାଟାଗୋରୀରେ ଥିବା ୧୭ଟି ଜିଲ୍ଲାର ଲୋକମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଟେଷ୍ଟ ପାଇଁ ଅନୁମତି ଦିଆଯାଇଛି । ଜିଲ୍ଲାଗୁଡିକ ହେଉଛି ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୁଆପଡା, ରାୟାଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ ।
ଏହି ଜିଲ୍ଲାଗୁଡ଼ିକରେ ଜୁନ୍ ୨୧ ତାରିଖ ଦିନ ୧୧ଟାରୁ ଡିଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ୨୨ତାରିଖରୁ ଡିଏଲ ସ୍କିଲ ଟେଷ୍ଟ ହେବ ବୋଲି ଏସଟିଏ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।ପ୍ରତିଦିନ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ବୁକିଂ ପାଇଁ ଟେଷ୍ଟ ସ୍ଲଟ୍ ଖୋଲାଯିବ। ‘ବି’ କାଟାଗୋରୀରେ ଯାଉଥିବା ଜିଲ୍ଲାଗୁଡ଼ିକ ପାଇଁ ଆରଟିଓର କୌଣସି ସେବା ଉପଲବ୍ଧ ହେବ ନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।