You are currently viewing ରାଜ୍ୟରେ ସଂକ୍ରମଣ ତଳ ଉପର,ପରିସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଅନଲକ ନିଷ୍ପତ୍ତି ନିଆଯିବ- ଡିଏମ୍ଇଟି

ରାଜ୍ୟରେ ସଂକ୍ରମଣ ତଳ ଉପର,ପରିସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଅନଲକ ନିଷ୍ପତ୍ତି ନିଆଯିବ- ଡିଏମ୍ଇଟି

ଭୁବନେଶ୍ବର-୨୭.୦୭.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ ଦ୍ବିତୀୟ ଲହର ଏବେ ବି ଜାରି ରହିଥିବାବେଳେ ତୃତୀୟ ଲହର ଆସିବାର ଆଶଙ୍କା ରହିଛି । ରାଜ୍ୟରେ ଏବେ ସଂକ୍ରମଣ ଧିରେ ଧିରେ କମୁଛି । ତେବେ କିଛି କିଛି ସ୍ଥାନରେ ସଂକ୍ରମଣ କମୁନଥିବା ଦେଖିବାକୁ ମିଳୁଛି । ରାଜ୍ୟର କରୋନା ସ୍ଥିତିକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି, ଯେଉଁଠି ଅଧିକ ରହୁଛି ସେଠି ଅଧିକ ଫୋକସ୍ ଦିଆଯାଉଛି । ରାଜଧାନୀ ଭୁବନେଶ୍ୱରରେ ଲୋକମାନଙ୍କ ଯାତାୟାତ ଅଧିକ ରହୁଥିବାରୁ ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ସଂକ୍ରମଣ କମାଇବା ପାଇଁ ସର୍ଭିଲାନ୍ସ ବଢାଇଦିଆଯାଇଛି ।
ଏହାବ୍ୟତୀତ ଡିଏମ୍ଇଟି ଆହୁରି ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ୍ ହେବ। ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ । ତରବରିଆ ନିଷ୍ପତ୍ତି ନେଲେ ଆମ ପାଇଁ ବିପଦ ସୃଷ୍ଟି ହେବ। ଦେଶରେ ଯଦି କେଉଁଠି ସଂକ୍ରମଣ ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ। କାରଣ ପ୍ରତି ସବୁ ମହାମାରୀରେ ଏମିତି ଦେଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।