You are currently viewing ଜାଣନ୍ତୁ ସାବିତ୍ରୀ ଦିନ କାହିଁକି କରାଯାଏ ବରଗଛର ପୂଜା

ଜାଣନ୍ତୁ ସାବିତ୍ରୀ ଦିନ କାହିଁକି କରାଯାଏ ବରଗଛର ପୂଜା

  • Post category:ଓଡିଶା
  • Reading time:1 mins read

ଚଳିତବର୍ଷ ଆସନ୍ତା ୩୦ ତାରିଖ ସୋମବାର ଦିନ ପାଳିତ ହେବ ସାବିତ୍ରୀ ବ୍ରତ। ଏହିଦିନ ଚଳିତ ବର୍ଷର ଶେଷ ସୋମବତୀ ଅମାବାସ୍ୟା ମଧ୍ୟ ପଡୁଛି। ଜ୍ୟେଷ୍ଠ ମାସର ଏହି ଦିନକୁ ବଟ ସାବିତ୍ରୀ ବ୍ରତ କୁହାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏହି ଉପବାସ ସୋମବାର ଦିନ ପଡ଼ୁଥିବାରୁ ଏହାର ମହତ୍ଵ ଦୁଇଗୁଣା ଅଧିକା ରହିଛି। ଏହି ଦିନ ସଧବା ନାରୀମାନେ ସଜବାଜ ହୋଇ ପତିଙ୍କ ଦୀର୍ଘ ଆୟୁଷ ପାଇଁ ବରଗଛର ପୂଜା କରିଥାନ୍ତି। ସନାତନ ଧର୍ମ ଅନୁଯାୟୀ ବରଗଛରେ ତ୍ରିଦେବ ବାସ କରିଥାନ୍ତି ବୋଲି ମାନ୍ୟତା ରହିଛି। କୁହାଯାଇଥାଏ ଏହି ବୃକ୍ଷର ମୂଳରେ ବ୍ରହ୍ମା, ମଝିରେ ଭଗବାନ ବିଷ୍ଣୁ ଏବଂ ଶାଖାରେ ଭଗବାନ ଶଙ୍କର ବାସ କରିଥାନ୍ତି। ସେହିପରି ବରଗଛରେ ଓହଳିଥିବା ଚେର ଅର୍ଥାତ ଓହଳ ଗୁଡ଼ିକୁ ସାବିତ୍ରୀ ବୋଲି କୁହାଯାଇଥାଏ। ଏଥିସହ ବରଗଛରେ ମା’ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ମଧ୍ୟ କୁହାଯାଇଥାଏ।

ଏହିକାରଣରୁ ଏହି ଗଛର ପୂଜା କରିବା ଦ୍ୱରା ମନୋବାଂଚିତ ଫଳ ମିଳିଥାଏ। ଏସବୁ ବ୍ୟତୀତ ବରଗଛକୁ ଅନଶ୍ୱର କୁହାଯାଇଥାଏ। ମାନ୍ୟତା ରହିଛି ଭଗବାନ ଶ୍ରୀକୃଷ୍ଣ ମାର୍କଣ୍ଡେୟ ଋଷିଙ୍କୁ ଏହି ବୃକ୍ଷର ପତ୍ରରେ ଦର୍ଶନ ଦେଇଥିଲେ। ଏଥିସହ ପର୍ଯ୍ୟବରଣ କ୍ଷେତ୍ରରେ ବରଗଛର ବିଶେଷ ଯୋଗଦାନ ରହିଥାଏ। କାରଣ କୁହାଯାଇଥାଏ ଆମ୍ବ ଗଛ ଅପେକ୍ଷା ବରଗଛ ୨୦ଘଣ୍ଟା ପର୍ଯ୍ୟନ୍ତ ଅକ୍ସଜେନ ପ୍ରଦାନ କରିଥାଏ ଏବଂ ଅନ୍ୟ ଗଛ ତୁଳନାରେ ଅଧିକ କାର୍ବୋହାଇଡ୍ରେଟ ଅବଶୋଷିତ କରି ବତାବରଣକୁ ଶୁଦ୍ଧ ରଖିବାରେ ସାହାଯ୍ୟ କରିଥାଏ। ଏହି କାରଣରୁ ବରଗଛର ମହତ୍ଵ ଅଧିକା ରହିଥିବାରୁ ମହିଳାମାନେ ସାବିତ୍ରୀ ଅମାବାସ୍ୟା ଦିନ ବରଗଛ ମୂଳରେ ଚନ୍ଦନ, ସିନ୍ଦୁର ଦେଇ ପୂଜା କରିଥାନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।