maa laxmi1

ଦୀପାବଳିରେ ମା’ଲକ୍ଷ୍ମୀଙ୍କ ପୂଜାରେ ସାମିଲ୍ କରନ୍ତୁ ନାହିଁ ଏହି ଜିନିଷ, ଦେଖାଦେଇପାରେ ଦାରିଦ୍ର୍ୟତା

ଦୀପାବଳିରେ ଧନ, ସମ୍ପତି ଏବଂ ଐଶ୍ୱର୍ଯ୍ୟର ଦେବୀ ମାଁ ଲକ୍ଷ୍ମୀଙ୍କ ପୂଜା-ଅର୍ଚ୍ଚନା କରିବାର ବିଧାନ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ଚଳିତ ବର୍ଷ ଦୀପାବଳି ପର୍ବ ୪ ନଭେମ୍ବରରେ ପାଳନ କରାଯିବ । ଶାସ୍ତ୍ର ଅନୁଯାୟୀ ମା’ ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ ହିଁ ଜଳରୁ ଉତ୍ପତି ହୋଇଥିଲେ । ଏହିକାରଣରୁ ମା’ଙ୍କୁ ଚଞ୍ଚଳା ମଧ୍ୟ କୁହାଯାଇଥାଏ । ଗୋଟିଏ ସ୍ଥାନରେ ରହିବା ମା’ଙ୍କର ସ୍ୱଭାବ ନୁହେଁ କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଉପରେ ମା’ଙ୍କ କୃପା ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ କେବେ ବି ସୁଖ-ସୁବିଧାର ଅଭାବ ଦେଖାଯାଇନଥାଏ । କିନ୍ତୁ ଯଦି ମା’ ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ଉପରେ ରାଗି ଯାଇଥାନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଦାରିଦ୍ର‌୍ୟତାର ସାମ୍ନା କରିବାକୁ ପଡ଼ିଥାଏ । ମାନ୍ୟତା ରହିଛି ଦୀପାବଳି ରାତିରେ ମା’ଲକ୍ଷ୍ମୀ ବିଚରଣ କରିଥାନ୍ତି । ଏହି କାରଣରୁ ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରି କୃପା ପ୍ରାପ୍ତ କରିବା ଉଚିତ୍ । କିନ୍ତୁ ଦେବୀ ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ବିଶେଷ ଧ୍ୟାନ ରଖିବା ଉଚିତ୍ । ଯେପରି ଏମିତି କିଛି ଜିନିଷ ରହିଛି ଯାହାକୁ ମା’ଙ୍କୁ ଅର୍ପଣ କରାଯାଇନଥାଏ । ଏପରି ଭୁଲ୍ କରିବା ଦ୍ୱାରା ମା’ରାଗିଯାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଦେବୀ ଲକ୍ଷ୍ମୀଙ୍କ ପୂଜାରେ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନଦେବା ଜରୁରୀ ।

ଭଗବାନ ବିଷ୍ଣୁଙ୍କ ପ୍ରିୟ ହେଉଛି ତୁଳସୀ । ତୁଳସୀକୁ ହରିବଲ୍ଲଭା ମଧ୍ୟ କୁହାଯାଇଥାଏ । ଶାସ୍ତ୍ର ଅନୁଯାୟୀ ତୁଳସୀଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମ ସହ ହୋଇଥିଲା । ଯେଉଁକାରଣରୁ ସମ୍ପର୍କରେ ତୁଳସୀ ମା’ ଲକ୍ଷ୍ମୀଙ୍କର ସଉତୁଣୀ ବୋଲି କୁହାଯାଇଥାଏ । ଏହି କାରଣରୁ ମା’ ଲକ୍ଷ୍ମୀଙ୍କପୂଜାରେ କେବେ ବି ତୁଳସୀର ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ରାଗିଯାଇଥାନ୍ତି, ଯାହାଫଳରେ ଜୀବନରେ ଧନର ଅଭାବ ଦେଖାଯିବା ସହ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଆପଣ ମଧ୍ୟ ଦୀପାବଳି ସମୟରେ ପୂଜା କରିବା ବେଳେ ଯେପରି ମା’ଲକ୍ଷ୍ମୀଙ୍କୁ ତୁଳସୀ ଅର୍ପଣ ନକରନ୍ତି ସେଥିପ୍ରତି ଧ୍ୟାନ ରଖିବେ ।

ମାଁ ଲକ୍ଷ୍ମୀଙ୍କୁ ସର୍ବଦା ଗୋଲାପି ଏବଂ ନାଲି ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଲକ୍ଷ୍ମୀମାତା ପ୍ରସନ୍ନ ହୋଇଥାନ୍ତି । ଧ୍ୟାନ ରଖିବେ ଭୁଲରେ ବି ମା’ଙ୍କ ପୂଜାରେ ଧଳା ରଙ୍ଗର ବସ୍ତ୍ର ଅର୍ପଣ କରିବେ ନାହିଁ । ମା’ ଲକ୍ଷ୍ମୀଙ୍କ ପୂଜା କରିବା ସହିତ ଭଗବାନ ଗଣେଶଙ୍କ ପୂଜା କରିବା ଉଚିତ୍ । ମାନ୍ୟତା ରହିଛି ଗଣେଶ ବନ୍ଦନା ପରେ ହିଁ ଲକ୍ଷ୍ମୀନାରାୟଣଙ୍କ ପୂଜା କରିବା ଉଚିତ୍ । ଏପରି କରିବା ଦ୍ୱାରା ହିଁ ଲକ୍ଷ୍ମୀ ପୂଜା ପୂର୍ଣ୍ଣ ହୋଇଥାଏ । ଭଗବାନ ଗଣେଶଙ୍କ ବନ୍ଦନା ବିନା ଲକ୍ଷ୍ମୀ ପୂଜା ସଫଳ ହୋଇନଥାଏ । ଏହି କାରଣରୁ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଥିଲେ ପ୍ରଥମେ ଗଣେଶଙ୍କ ପୂଜା କରନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।