You are currently viewing ଡାକ୍ତର ଶୁଭଶ୍ରୀଙ୍କ ବାପା ଥାନାର ଦ୍ୱାରସ୍ଥ

ଡାକ୍ତର ଶୁଭଶ୍ରୀଙ୍କ ବାପା ଥାନାର ଦ୍ୱାରସ୍ଥ

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର(୨୧.୦୧.୨୩) : ବହୁ ଚର୍ଚ୍ଚିତ ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାକୁ ୨୦ ଦିନ ଅତିକ୍ରମ କରି ସାରିଥିବା ବେଳେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ବାପା ମନୋରଞ୍ଜନ କର । ଏନେଇ ସେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ଓ ତାଙ୍କର ଅନ୍ୟ ୩ ସାଥୀ ଡାକ୍ତରଙ୍କ ବିରୋଧରେ ଯୋଡ଼ା ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଶୁଭଶ୍ରୀଙ୍କ ବାପା ଦେଇଥିବା ଏତଲାକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଡାକ୍ତର ଦିବ୍ୟରଞ୍ଜନ ମାଝୀ ।ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସଂପର୍କ ନିବିଡ଼ ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଶାରିରୀକ ସଂପର୍କ ଥିଲେ ମଧ୍ୟ ବିବାହ ନିମନ୍ତେ ଡାକ୍ତର ଦିବ୍ୟରଂଜନ ମନା କରି ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।