You are currently viewing ଆଜି କୋଟିଏ ଛୁଇଁବ ଡବଲ୍ ଡୋଜ୍ ଟିକାକରଣ 

ଆଜି କୋଟିଏ ଛୁଇଁବ ଡବଲ୍ ଡୋଜ୍ ଟିକାକରଣ 

ଭୁବନେଶ୍ୱର(ଏ ଏନ ଏସ) ୧୮.୧୦.୨୦୨୧, ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା  ଏକ କୋଟି ଛୁଇଁବ ଡବଲ୍ ଡୋଜ୍ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।  ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି । ପ୍ରଥମ ଡୋଜ ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଛନ୍ତି । ଉଭୟ ଡୋଜ ୯୯ ଲକ୍ଷ ୨୨ ହଜାର ୮୪୫ ଜଣ ନେଇଛନ୍ତି ।  ପ୍ରାୟ ୩୨ ପ୍ରତିଶତ ଲୋକ ଉଭୟ ଡୋଜ ନେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ ୬୨ ହଜାର ୯୧୦ ଡୋଜ ଟିକା ଉପଲବ୍ଧ ରହିଛି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ ରହିଛି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ,ବ୍ରହ୍ମପୁର ଓ ଭୁବନେଶ୍ବର ମହାନଗର ନିଗମରେ ୧୦୦% ପ୍ରଥମ ଡୋଜ ଟିକାକରଣ ହୋଇଛି । ରିଆମାଳ, ଟିକାବାଲି, ରାଇକିଆ, ଜି ଉଦୟଗିରି, ବେଳଗୁଣ୍ଠାରେ ୧୦୦% ପ୍ରଥମ ଡୋଜ ଟିକାକରଣ , ୩୫୪୦ଟି ଗାଁରେ ବି ୧୦୦% ପ୍ରଥମ ଡୋଜ୍‌ ଟିକାକରଣ ହୋଇଛି ।

ଦ୍ଵିତୀୟ ଡୋଜ ଟିକା ନେଇ ନଥିବା ଲୋକଙ୍କୁ ବାରମ୍ବାର ମେସେଜ କରାଯାଉଛି  । ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ଲୋକଙ୍କୁ ଘରେ ଟିକା ଦିଆଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।