You are currently viewing ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡା(ଏଏନଏସ)୧୧/୦୩, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଡଙ୍କାରି ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଭାଇ ଭଉଣୀ ମୃତ । ସୂଚନା ଅନୁସାରେ, ଏହି ଦୁଇ ଜଣ ଶିଶୁ ବିଦ୍ୟାଳୟରୁ ପାଠପଢ଼ା ସାରି ଘରକୁ ଫେରି ନିଜ ବାଡି ପଛପଟ ପୋଖରୀ ହୁଡ଼ାରେ ଖେଳୁଥିବା ବେଳେ ହଠାତ ପୁଅର ଗୋଡ଼ ଖସିଯାଇଥିଲା ତାକୁ ଉଦ୍ଧାର କରିବାକୁ ଯାଇ ଶିଶୁ କନ୍ୟା ମଧ୍ୟ ପୋଖରୀ ଭିତରେ ବୁଡ଼ି ଯାଇଥିଲା । ଫଳରେ ଦୁଇଜଣ ଶିଶୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ଘର ଲୋକ ଓ ଗାଁ ଲୋକମାନେ ଅନେକ ଖୋଜାଖୋଜି କରିବା ପରେ ଶେଷରେ ଦୁଇ ଶିଶୁ ପେଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଏ ବିଷୟରେ ରାଜକନିକା ଅଗ୍ନୀଶମ ବିଭାଗକୁ ଜଣାଇଥିଲେ । ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଦୁଇ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରି ଦୁଇ ଜଣ ଶିଶୁଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।