durga puja
Immersion of Durga idol on the completion of the Durga Puja celebrations on the Dasami day at the Geeta Ghat, on river Yamuna in Delhi on October 02, 2006.

ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ, ଭସାଣି ପାଇଁ ପ୍ରସ୍ତୁତି ଜୋରଦାର 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ। ଏନେଇ କଟକ ଓ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଓ ପବ୍ଲିକ ଅର୍ଡର ଜାରି କରାଯାଇଛି। ଭସାଣ ସମୟରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। କଟରେ ଆଜି ସକାଳ ୭ଟାରୁ ଭସାଣି ଆରମ୍ଭ ହୋଇ ଗତକାଲି ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ କଟକଣା ବଳବତ୍ତର ରହିବ। ସେହିପରି ଭୁବନେଶ୍ୱରରେ ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଭସାଣ ଯାତ୍ରା ହେବ। ବାଣୀବିହାରଠୁ ଆଚାର୍ଯ୍ୟବିହାର ଦେଇ ଗାଡ଼ି ଯାତାୟତ କରିବ। ଭସାଣିବେଳେ ଜନପଥ ରାସ୍ତାରେ ଗାଡ଼ି ଚଳାଚଳ ମନା। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପଟେ ମା ଙ୍କ ଭସାଣି ଉତ୍ସବ ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡ଼ ଲାଇନ ଜାରି କରାଯାଇଛି। ଏନେଇ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୮ ଜଣ ଅତିରିକ୍ତ ଡିସିପି, ୩୪ ଜଣ ଡିଏସପି, ୫୪ ଜଣ ଇନସ୍ପେକ୍ଟର, ୩୫୦ ଏସଆଇ ଓ ଏଏସଆଇ ଭଷାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଦାୟିତ୍ୱରେ ରହିବେ।। ଅଗ୍ନିଶମ ବାହିନୀର ଟିମ ମଧ୍ୟ ଦେବି ଗଡା ନିକଟରେ କୌଣସି ଅଘଟଣ ଏଡ଼ାଇବା ଲାଗି ଉପସ୍ଥିତ ରହିବେ। ଏଥିସହ କଟକ ସହରରେ ଲାଗିଥିବା ୬୦୦ ସିସିଟିଭି କ୍ୟାମେରା ଜରିଆରେ କଣ୍ଟ୍ରୋଲ ରୁମରୁ ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।