You are currently viewing ୪ ବର୍ଷ ପାଇଁ ବାସନ୍ଦ ହେଲେ ଦୂତି ଚାନ୍ଦ

୪ ବର୍ଷ ପାଇଁ ବାସନ୍ଦ ହେଲେ ଦୂତି ଚାନ୍ଦ

ଭୁବନେଶ୍ଵର (ଏଏନ୍ଏସ୍): ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ଝିଅ ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରି ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହେବ। ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍ (ଏଡିଡିପି) ଅଧ୍ୟକ୍ଷ ଚୈତନ୍ୟ ମହାଜନ ସୂଚନା ଦେଇଛନ୍ତି । ତଥାପି ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋଫି ଅପିଲ୍ ପ୍ୟାନେଲ୍ (ଏଡିଏପି) ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।