You are currently viewing ସୁଧୁରୁଛି ଓଡିଶା ଅର୍ଥନୀତି

ସୁଧୁରୁଛି ଓଡିଶା ଅର୍ଥନୀତି

ଭୁବନେଶ୍ୱର(ଏଏନଏସ)୨୯/୦୩, ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିତ ସର୍ଭେ ରିପୋର୍ଟ ଉପସ୍ଥାପନ କରିଚନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କରୋନା ମହାମାରୀର ପ୍ରଭାବରୁ ଓଡିଶା ଅର୍ଥନୀତି ଧୀରେ ଧୀରେ ଅଭିବୃଦ୍ଧି ହାସଲ କରୁଛି । ମହାମାରୀର ଗୁରୁତର ପ୍ରଭାବ ଯୋଗୁଁ ୨୦୨୦-୨୧ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ୫.୩ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ୨୦୨୧-୨୨ରେ ରାଜ୍ୟର ଅର୍ଥନୀତି ପୁଣି ଅଭିବୃଦ୍ଧି ପଥକୁ ଫେରିବା ସହ ୧୦.୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ତେବେ ୨୦୨୦-୨୧ରେ ରାଜ୍ୟର ଅର୍ଥନୀତି ୭.୪ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଥିଲା । କିନ୍ତୁ ଚଳିତ ଅର୍ଥିକ ବର୍ଷରେ ଏହା ୩.୪ ପ୍ରତିଶତ ହୋଇଛି ।
ରାଜ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୧୧୦,୦୮୧ ଟଙ୍କା ଥିବା ବେଳେ ୨୦୨୦-୨୧ରେ ତାହା ୧୦୯,୦୭୧ ଟଙ୍କାକୁ ହ୍ରାସ ପାଇଥିଲା । କିନ୍ତୁ ଏବେ ପୁଣି ମୁଣ୍ଡପିଛା ଆୟରେ ଅଭିବୃଦ୍ଧି ଘଟିଛି । ଚଳିତ ବର୍ଷ ଏଥିରେ ଉନ୍ନତି ଆସି ୧୨୭,୩୮୩ ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓଡିଶାର ମୁଣ୍ଡପିଛା ଆୟ ଜାତୀୟ ମୁଣ୍ଡ ପିଛା ଆୟ ୧୫୦,୩୨୭ର ୮୪.୭ ପ୍ରତିଶତ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।