You are currently viewing କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର (ଏଏନଏସ)୧୦/୧୧: କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ । କଳାହାଣ୍ଡି ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ ମନ୍ତ୍ରୀଙ୍କୁ ପ୍ରବଳ ବିରୋଧ କରିବା ସହ କଳାପତାକା ଦେଖାଇ ଅଣ୍ଡାମାଡ଼ କରିଛନ୍ତି । ମମିତା ମର୍ଡର ପ୍ରସଙ୍ଗରେ ମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସ ବିରୋଧ କରିଛି । କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ସମୟରେ ମନ୍ତ୍ରୀ ଏପରି ହଟହଟା ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରା ହତ୍ୟାକାଣ୍ଡ ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ମମିତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରୁଛି ପ୍ରତ୍ୟେକ ରାଜନୈତିକ ଦଳ। ସେହିପରି ଏପଟେ ମମିତା ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି ପ୍ରାୟ ୫୦ ଜଣ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ସେହିପରି ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ଅନୁରୂପ ଭାବେ ବିରୋଧ କରାଯାଇ ଅଣ୍ଡାମାଡ଼ କରାଯାଇଥିଲା । ଯେପର୍ଯ୍ୟନ୍ତ ରାଜ୍ୟ ସରକାର ମମିତାକୁ ନ୍ୟାୟ ନ ଦେଇଛନ୍ତି, ଏଥିରେ ସାମିଲ ଥିବା ମନ୍ତ୍ରୀ କ୍ୟାପ୍ଟେନ ଇସ୍ତଫା ନ ଦେଇଛନ୍ତି ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଆହୁରି ତିବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ।

ଅନ୍ୟମାନଙ୍କୁ ଜଣାନ୍ତୁ।