You are currently viewing କିଶୋରନଗର ତହସିଲ ପକ୍ଷରୁ ଚଢ଼ାଉ; ବାଲି ବୋଝେଇ ଟ୍ରାକ୍ଟର ଜବତ

କିଶୋରନଗର ତହସିଲ ପକ୍ଷରୁ ଚଢ଼ାଉ; ବାଲି ବୋଝେଇ ଟ୍ରାକ୍ଟର ଜବତ

ସାଲେପୁର, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କିଶୋରନଗର ତହସିଲର ନଇଗୁଆଁ ଠାରେ ବେଆଇନ ବାଲିଉଠା ଯାଉଥିବା ବେଳେ, କିଶୋର ନଗର ତହସିଲଦାର ଖବର ପାଇ ଏକ ଟିମ ସହ ପହଞ୍ଚି, ୯ଟି ବେଆଇନ ଟ୍ରାକ୍ଟରକୁ ଘଟଣା ସ୍ଥଳରୁ ଜବତ କରିଛନ୍ତି।

୮ଟି ଟ୍ରାକ୍ଟର ନେମାଳ ଥାନାରେ ଥିବା ବେଳେ ଆଉ ଗୋଟିଏ ଟ୍ରାକ୍ଟର ନଦୀରେ ଥିବା ଜଣା ପଡ଼ିଛି । ଗତ କିଛିଦିନ ତଳେ ମହାନଦୀର ପିଂପୁରଠାରେ ବାଲି ଉଠାଣକୁ ନେଇ ନଦୀ ଅତଡା ଖାଇବା ପ୍ରଶାସନର ନିଦ ହଜିଥିବା ବେଳେ, ଆଜି ବେଆଇନ ବାଲି ଉଠାଣରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଜନସାଧାରଣ ପ୍ରଶଂସା କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।