You are currently viewing ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଶିବସେନା ଦଳର ନାଁ

ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଶିବସେନା ଦଳର ନାଁ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ(୧୮.୨.୨୩) :  ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ଶିବସେନା ଦଳର ନାମ ଓ ଚିହ୍ନ । ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଧନୁ-ତୀର ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପରେ ଠାକରେ ପରିବାର ହାତରୁ ଶିବସେନା ଖସିଯିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଶିବସେନାର ଦଳୀୟ ଚିହ୍ନ ଧନୁତୀର ମିଳିଛି ଏକନାଥ ସିନ୍ଦେ ଗୋଷ୍ଠୀକୁ । ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି । ଶିବସେନାରେ କନ୍ଦଳ ପରେ ଦୁଇଟି ଗୋଷ୍ଠୀ ହୋଇଥିଲା । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟର ଦଳୀୟ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ନିର୍ବାଚନ ଆୟୋଗ, ଦଳର ନାଁ ଓ ଚିହ୍ନ ଏକନାଥ ଗୋଷ୍ଠୀଙ୍କୁ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ଉଦ୍ଧବ ଠାକରେ । କହିଛନ୍ତି, ଏପରି ନିଷ୍ପତ୍ତି ନେଇ ଗଣତନ୍ତ୍ରର ହତ୍ୟା କରିଛନ୍ତି ନିର୍ବାଚନ କମିସନ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।