You are currently viewing ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ଆଶାୟୀ ପ୍ରାର୍ଥୀ

ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ଆଶାୟୀ ପ୍ରାର୍ଥୀ

ପୁରୀ (ଏଏନଏସ)୨୧/୦୧: ପୁରୀ ଜିଲ୍ଲାର ୩୩ ଟି ଜୋନ ପାଇଁ ଜିଲା ପରିଷଦ ପ୍ରାର୍ଥୀ ,୨୬୮ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ ସହ ୩୮୦୪ ଟି ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି ।ପୂର୍ବ ଭଳି ଗଡ ରଖିବାକୁ ଶାସ୍କ୍ୱକ ଦଳ ଆଶା ରଖିଥିବା ବେଳେ ବାଜିମାତ ପାଇଁ ରଣ ହୁଙ୍କାର ଦେଇଛନ୍ତି ବିରୋଧୀ ।

ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ପଂଚାୟତ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ।ଆସନ୍ତା କାଲି ପ୍ରାର୍ଥୀ ପତ୍ର ଯାଞ୍ଚ ହେବ ।୨୬ ରେ ଚୂଡାନ୍ତ ସୂଚୀ ପ୍ରକାଶ ପାଇବ ।ପୁରୀ ଜ଼ୀଲା ର ସମସ୍ତ ୩୩ ଟି ଜ଼ୀଲା ପରିଷଦ ଆସନ ପାଇଁ ହେବ ବହୁମୁଖୀ ଲଢେଇ ।ଶାସକ ବିଜେଡି ,ବିରୋଧୀ ବିଜେପି ସମେତ ,କଂଗ୍ରେସ ,ଆମ ଆଦମୀ ,ଏବଂ ସ୍ୱାଧୀନ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ପ୍ରାର୍ଥୀ ।ପୁରୀ ଜ଼ୀଳାପାଳ ଅଫିସ ସମେତ,ପଞ୍ଚୟତ ସମିତି ଏବଂ ବିଭିନ୍ନ ପଞ୍ଚୟତ  କାର‌୍ୟ୍ୟାଳୟ ରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଆଶାୟୀ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାୟ ସମସ୍ତ ଦଳର ନେତୃତ୍ୱ ବୃନ୍ଦ ଙ୍କୁ ଦେଖିବାକୁ ମିଳୁଛି ।ନିଜ ଦଳର ସମର୍ଥିତ ପ୍ରାର୍ଥୀ ମାନଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି ତୁଙ୍ଗ ନେତୃତ୍ୱ ।ପୁରୀ ଜ଼ୀଲା ର ୧୧ ବ୍ଲକ ରେ ଥିବା ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା କୁ ବିରୋଧୀ କରୁଛନ୍ତି ରଣନୀତି ।ଅନ୍ୟପଟରେ ସରକାରଙ୍କ  ଯୋଜନା କୁ ପ୍ରଚାର କରି ଗାଁ ଗାଁ ରେ ପହଞ୍ଚିବାକୁ ଲକ୍ଷ ରଖିଛନ୍ତି ଶାସକ ସମର୍ଥିତ ପ୍ରାର୍ଥୀ ।ଅନେକ ନୂତନ ମୁହଁ ଦେଖିବାକୁ ମିଳିଥିବା ବେଳେ କିଛି ଅଭିଜ୍ଞ ଙ୍କ ଉପରେ ଭରସା କରିଛି ଦଳ ।

କଣାସ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ,୨୮ଟି ପଞ୍ଚାୟତ,୩୫୯ ୱାର୍ଡ ଓ ୧,୧୭,୬୬୯ ଭୋଟର ଅଛନ୍ତି।ନିମାପଡା ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ,୩୨ଟି ପଞ୍ଚାୟତ,୪୮୧ ୱାର୍ଡ ଓ ୧,୧୩ଟି ଜିଲ୍ଲା ପରିଷଦ ଜୋନ,୨୮ଟି ପଞ୍ଚାୟତ,୩୫୯ ୱାର୍ଡ ଓ ୧,୫୭,୭୩୬ ଭୋଟର,ସତ୍ୟବାଦୀ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ,୨୪ଟି ପଞ୍ଚାୟତ,୩୦୫ ୱାର୍ଡ ଓ ୯୪,୧୭୨ଭୋଟର ଅଛନ୍ତି।ଡେଲାଙ୍ଗ ବ୍ଲକରେ୩ଟି ଜିଲ୍ଲା ପରିଷଦ ଜୋନ,୨୧ଟି ପଞ୍ଚାୟତ,୨୯୧ ୱାର୍ଡ ଓ ୧,୦୨,୫୫୨ ଭୋଟର ଅଛନ୍ତି।କାକଟପୁର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ,୧୬ଟି ପଞ୍ଚାୟତ,୨୮୮ ୱାର୍ଡ ଓ ୯୩,୦୨୮ ଭୋଟର ଅଛନ୍ତି।ବ୍ରହ୍ମଗିରି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ,୨୫ଟି ପଞ୍ଚାୟତ,୩୭୪ ୱାର୍ଡ ଓ ୧,୧୫,୩୧୨ ଭୋଟର ଅଛନ୍ତି।ଗୋପ ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ,୩୧ଟି ପଞ୍ଚାୟତ,୪୫୯ ୱାର୍ଡ ଓ ୧,୪୫,୭୯୧ ଭୋଟର ଅଛନ୍ତି।ସେହିପରି ପୁରୀ ସଦର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ,୩୦ଟି ପଞ୍ଚାୟତ,୪୨୩ ୱାର୍ଡ ଓ ୧,୨୪,୪୦୧ ଭୋଟର ଅଛନ୍ତି।ପିପିଲି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ,୨୫ଟି ପଞ୍ଚାୟତ,୩୫୪ ୱାର୍ଡ ଓ ୧,୧୬,୧୨୯ ଭୋଟର ଅଛନ୍ତି।

ଅସ୍ତରଙ୍ଗ ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ,୧୫ଟି ପଞ୍ଚାୟତ,୨୩୦ ୱାର୍ଡ ଓ ୭୩,୬୨୦ ଭୋଟର ଅଛନ୍ତି ଏବଂ କୃଷ୍ଣପ୍ରସାଦବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ,୨୧ଟି ପଞ୍ଚାୟତ,୨୪୦ ୱାର୍ଡ ଓ ୭୩,୫୯୨ ଭୋଟର ଅଛନ୍ତି।ତେବେ ଗତ ଥର ୩୧ ଟି ଜ଼ୀଲା ପରିଷଦ ଆସନ ହାତେଇଥିଲା ଶାସକ ବିଜେଡି,ବିରୋଧୀ ବିଜେପି ହାତରେ ଲାଗିଥିଲା ମାତ୍ର ଗୋଟିଏ ଆସନ ।ତେବେ ଗତ ୨୦୧୯ ସାଧାରଣ ନିର୍ବାଚନ ରେ ପୁରୀ ସଂସଦୀୟ କ୍ଷେତ୍ର ରେ ପ୍ରଥମ ଥର ଲଢ଼ି ସମ୍ବିତ ପାତ୍ର ବିଜେପି ପାଇଁ ୫ ଲକ୍ଷରୁ  ଅଧିକା ଭୋଟ ଆଣି ବିଜେପି ର ଦବଦବା ପ୍ରଦର୍ଶନ କରିଥିଲେ ।ଏଥିସହ ବ୍ରହ୍ମଗିରୀ ଓ ପୁରୀ ସଦର ରେ ଦୁଇ ଦୁଇଟି ବିଧାୟକ  ଆସନ ହାତେଇଥିଲା ବିରୋଧୀ ବିଜେପି ।ତେଣୁ ଏ ନିର୍ବାଚନରେ କଡା ଟକର ଦେଖିବା କୁ ମିଳିବ ବୋଲି ଆଶା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।