You are currently viewing ରାଜଧାନୀରେ ଏପ୍ରିଲରୁ  ଗଡିବ ଇଲେକ୍ଟ୍ରିକ୍‌ ବସ୍‌

ରାଜଧାନୀରେ ଏପ୍ରିଲରୁ ଗଡିବ ଇଲେକ୍ଟ୍ରିକ୍‌ ବସ୍‌

ଭୁବନେଶ୍ୱର(ଏଏନଏସ)୦୬.୦୨.୨୦୨୨, ରାଜଧାନୀରେ ଖୁବ୍ ଶୀଘ୍ର ଗଡିବ ଇଲେକ୍ଟ୍ରିକ୍‌ ବସ୍‌ (ଇ-ବସ୍‌)।  ଆସନ୍ତା ଏପ୍ରିଲରୁ ଭୁବନେଶ୍ବରରେ ପରୀକ୍ଷାମୂଳକ ଭାବେ ପ୍ରଥମ ପର୍ଯ୍ୟାୟ ରେ ୫ଟି ଇ-ବସ୍‌ ଗଡିବ ।  ଏହାପରେ ପର୍ଯ୍ୟାୟ କ୍ରମେ ଆହୁରି ୨୦୦ ବସ୍ ଏଥିରେ ସାମିଲ କରାଯିବ ବୋଲି କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି । 
ବସ୍‌ର ପ୍ରତି ସିଟ୍‌ରେ ୟୁଏସ୍‌ବି ଚାର୍ଜିଂ ପଏଣ୍ଟ, ଜରୁରୀକାଳୀନ ରହଣି, ଶୀତତାପ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ସୁବିଧା ଉପଲବ୍ଧ ରହିବ । ଏହି ବସ୍ ଶବ୍ଦ ସହ ବାୟୁ ପ୍ରଦୂଷଣମୁକ୍ତ ।  ଇ-ବସ ଦ୍ଵାରା  ବାୟୁ ପ୍ରଦୂଷଣ କମ୍ ହୋଇପାରିବ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ଇ-ବସ୍‌ ଚଳାଇବା ପାଇଁ ୨୦୧୯ ମସିହାରେ ଯୋଜନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୫୦ଟି ବସ୍‌ ଗଡିବାର ଯୋଜନା ହୋଇଥିଲା । କିନ୍ତୁ କରୋନା ପାଇଁ ଏହି ଯୋଜନା ଅଟକି ଯାଇଥିଲା ।  ତେବେ ଆସନ୍ତା ଏପ୍ରିଲ ରୁ ପ୍ରଥମ ପର୍ଯ୍ୟାୟରେ ୫ଟି ବସ୍‌ ଚଳାଚଳ ଆରମ୍ଭ କରାଯିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।