You are currently viewing ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ(ଏଏନଏସ)୨୩.୦୧.୨୦୨୨, ଢେଙ୍କାନାଳ ଜିଲ୍ଲା କପିଳାସ ବନାଞ୍ଚଳ ଗୋପାଳପୁର ଗାଁରେ  ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଗୋପାଳପୁର ଗ୍ରାମର ୭୦ବର୍ଷୀୟ ବୃଦ୍ଧ ଫକୀର ନାୟକ
ସୂଚନା ଅନୁସାରେ, ଆଜି ସକାଳ ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଫକୀର ନାୟକ ହାତୀ ହାବୁଡ଼ରେ ପଡିଯାଇଥିଲେ । ଫଳରେ ତାଙ୍କୁ ଦଳିଦେଲା ଦନ୍ତା ହାତୀ । ଖବର ପାଇ କପିଳାଶ ବନାଞ୍ଚଳ ବନ କର୍ମଚାରୀ ଓ ପୋଲିସ  ପହଁଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।