You are currently viewing ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର(ଏଏନଏସ)୦୭.୦୧.୨୦୨୨, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ୍ କାଦକଳା ଧୀବର ସାହିରେ ଅଭାବନୀୟ ଘଟଣା । ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାଦକଳା ଧୀବର ସାହିରେ ଦନ୍ତାଟି ପଶିଯାଇ ଆତଙ୍କ ଖେଳାଇଥିଲା। ହାତୀ ଆସିଥିବା ଜାଣି ଲୋକେ ଘରୁ ବାହାରକୁ ଦୌଡିଥିଲେ। ଏହି ସମୟରେ ଉକ୍ତ ମହିଳା ଜଣଙ୍କ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡି ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ, ଉକ୍ତ ସ୍ଥାନୀୟ ଅଞ୍ଚଳରେ ଗତ ଏକ ମାସ ଧରି ହାତୀ ଆତଙ୍କ ଦେଖିବାକୁ ମିଳୁଛି । ପ୍ରତିଦିନ ଗ୍ରାମରେ ପଶି ଘର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରୁଛନ୍ତି ଏହି ଦାନ୍ତ ହାତୀ । ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।