You are currently viewing ହାତୀ ଭାଙ୍ଗିଦେଲା ସାହାରା

ହାତୀ ଭାଙ୍ଗିଦେଲା ସାହାରା

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର(ଏଏନଏସ) ୦୧.୧୨.୨୦୨୧,  କନ୍ଦା ମୁଣ୍ଡା,  ବୟସ ପଞ୍ଚାବନ ରୁ ଷାଠିଏ l ଘର କେନ୍ଦୁଝର ଜିଲ୍ଲା ର ଝୁମ୍ପୁରା ବ୍ଲକ ଠାରୁ ପନ୍ଦର କିଲୋମିଟର ଦୂର ନିଶ୍ଚିନ୍ତପୁର ଗ୍ରାମ ପଂଚାୟତର ସାନ ହୁଣ୍ଡୁଳା ଗ୍ରାମ l ଦଶ ବର୍ଷ ରୁ ଉର୍ଦ୍ଧ୍ବ ଏକ ଅଜଣା ରୋଗରେ ଗୋଡ ତଥା ଅଣ୍ଟା ତଳରୁ କାମ କରୁନାହିଁ,  ସେ ଭିନ୍ନକ୍ଷମ,  ପରିବାରରେ ତା ସ୍ତ୍ରୀ ଓ ଚାରି ଛୁଆ । ବହୁ କଷ୍ଟ ରେ ବ୍ଲକରୁ ମିଳିଥିଲା ଏକ ତିନି ଚକିଆ ସାଇକେଲ ଓ ସେହି ସାଇକେଲଟି ଥିଲା ତାର ଗୋଡ ।  

ସେହି ସାଇକେଲ ସାହାଯ୍ୟରେ ସେ ଯାଉଥିଲା ପାଖ ଆଖ ଗାଁରେ ମଟର, ଚଣା, ଚିନାବାଦାମ ଇତ୍ୟାଦି ବିକ୍ରି କରି ସେଥିରେ ସେ କଷ୍ଟ ରେ ତା ସଂସାର ଚଳାଉଥିଲା l କିନ୍ତୁ ଦୁର୍ଭାଗ୍ୟକୁ ଅଳ୍ପ କିଛିଦିନ ତଳେ ଗାଁକୁ ହାତୀ ଆସି ତାର ଏକମାତ୍ର ସାଇକେଲ ଟିକୁ ଦଳି ଚକଟି ସମ୍ପୂର୍ଣ ଭାଙ୍ଗି ଦେଇଛି l ଦାରିଦ୍ର୍ୟ ର ସୀମା ରେଖା ତଳେ ରହୁଥିବା କନ୍ଦା ମୁଣ୍ଡା ବର୍ତମାନ ସମ୍ପୂର୍ଣ ଅସହାୟ ।  ପ୍ରଶାସନକୁ ଆବେଦନ ମଧ୍ୟ କରିଛି ଏକ ସାଇକେଲ ଓ କିଛି ସାହାଯ୍ୟ ପାଇଁ,  କିନ୍ତୁ ଦୁଃଖ ର କଥା କନ୍ଦା ମୁଣ୍ଡା ବର୍ତମାନ ପର୍ଯ୍ୟନ୍ତ କିଛି ସାହାଯ୍ୟ ପାଇପାରିନାହିଁ l

ଅନ୍ୟମାନଙ୍କୁ ଜଣାନ୍ତୁ।