You are currently viewing କୂଅରୁ ଉଦ୍ଧାର ହେଲା ହାତୀଛୁଆ

କୂଅରୁ ଉଦ୍ଧାର ହେଲା ହାତୀଛୁଆ

  • Post category:ଓଡିଶା
  • Reading time:1 mins read

ମୟୁରଭଞ୍ଜ(ଏଏନଏସ)୦୯.୦୧.୨୦୨୨, କୂଅରୁ ଉଦ୍ଧାର ହେଲା ହାତୀଛୁଆ । ପ୍ରାୟ ୧୦ ଘଣ୍ଟା ପରେ କୂଅରେ ଫଶିଥିବା ହାତୀ ଛୁଆ ଉଦ୍ଧାର ହୋଇଛି । ବନ ବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ସଫଳ ହୋଇଛି । ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଜାମଶୁଳୀ ଜଙ୍ଗଲରେ ଥିବା କୂଅ ଭିତରେ ଏକ ହାତୀ ଛୁଆଟି ଖସି ପଡିଥିଲା।ଏହି ଘଟଣା ପରେ କୂଅ ଚାରିପଟେ ହାତୀ ପଲ ଘେରି ରହିଥିଲେ । ଫଳରେ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ଉଦ୍ଧାର କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।