You are currently viewing ଆରମ୍ଭ ହେଲା ପୁଣି ଉଚ୍ଛେଦ

ଆରମ୍ଭ ହେଲା ପୁଣି ଉଚ୍ଛେଦ

  • Post category:ଓଡିଶା
  • Reading time:1 mins read

ପୁରୀ(ଅନନ୍ତ ସିଂ), ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛନ୍ତି । ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲରେ ନେଇଥିଲା। ଆଜି ପୋଲିସ ଫୋର୍ସ ଉପସ୍ଥିତିରେ ଏହାର ଉଚ୍ଛେଦ କରାଯାଉଛି। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଂଚଳକୁ ସିଲ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।