You are currently viewing ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ବିପୁଳ ସମ୍ପତି ଠାବ

ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ବିପୁଳ ସମ୍ପତି ଠାବ

ଭୁବନେଶ୍ୱର(ଏଏନଏସ) ୨୮.୧୦.୨୦୨୧, ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରୁ ବିପୁଳ ପରିମାଣ ସମ୍ପତି ଠାବ କଲା ଭିଜିଲାନ୍ସ । ଆଜି ସକାଳେ ତାଙ୍କ ଘର ସମେତ ୫ ଟି ସ୍ଥାନରେ ଭିଜିଲାନ୍ସ ରେଡ଼୍ କରିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଡୁମଡୁମାରେ ୦.୨୫୦ ଏକର ଜମିକୁ ସେ ୨୦୧୯ରେ ମାତ୍ର ୧ କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ କିଣିଛନ୍ତି, ମାତ୍ର ଏହି ଜମିର ବଜାର ମୂଲ୍ୟ ଢେର ଅଧିକ ବୋଲି ଆକଳନ କରାଯାଇଛି। ସୋରୁମ ଓ ବେସମେଣ୍ଟ ୧୮ ହଜାର ବର୍ଗଫୁଟ ଜାଗାରେ ରହିଛି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ସୋରୁମରେ ଥିବା ଫର୍ଣ୍ଣିଚରର ମଧ୍ୟ ଆକଳନ କରାଯାଉଛି।

ଆଜି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର କଳ୍ପନାରେ ଥିବା ଘର ଓ ନିର୍ମାଣାଧୀନ ଘର ଚଢାଉ ହେଉଛି । ଖୋର୍ଦ୍ଧାରେ ଥିବା ଦୁଇ ମହଲା ପୈତୃକ ଘର, ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କ ସପ୍, ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ବାରରେ ଚଢାଉ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।