You are currently viewing ନକଲି ଡାକ୍ତରର କଳା କାରନାମା, ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲା ଟଙ୍କା

ନକଲି ଡାକ୍ତରର କଳା କାରନାମା, ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲା ଟଙ୍କା

ବାଲେଶ୍ୱର(ଏଏନଏସ) ୦୬/୧୨: ବନ୍ଧା ହେଲା ନକଲି ଡାକ୍ତର ପ୍ରଭାସ ରାଜ । ବାଲେଶ୍ୱରରୁ ଏହି ଯୁବକକୁ ଗିରଫ କରିଛି କମିଶନରେଟ୍ ପୋଲିସ ।   ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲା ପ୍ରଭାସ। ବିବାହର ପ୍ରତିଶୃତି ଦେଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। ଶିକ୍ଷାଗତ ଯୋଗ୍ୟତା ଷଷ୍ଠ। କିନ୍ତୁ ଫେସବୁକ୍, ଟ୍ଵିଟର, ଇନଷ୍ଟାଗ୍ରାମ ଓ ମାଟ୍ରିମୋନି ସାଇଟ୍ ପ୍ରୋଫାଇଲରେ ଏମକେସିଜିରେ ପଢୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା। ସୁଟ୍, ବୁଟ ପିନ୍ଧି ବାବୁ ନିଜକୁ ସମ୍ଭ୍ରାନ୍ତ ଫ୍ୟାମିଲିର ଟୋକା ବୋଲି କହି ୧୦୦ରୁ ଅଧିକ ସୁନ୍ଦରୀ ଯୁବତୀଙ୍କ ସହ ଚାଟିଂ କରୁଥିଲା ।

ଶେଷରେ ଏହି ହାଇପ୍ରୋଫାଇଲ ଟାଲେଣ୍ଟେଡ ୪୨୦କୁ ସହିଦ ନଗର ପୋଲିସ ଗିରଫ କରିବା ସହ ତା’ଠାରୁ ୪ଟି ଦାମୀ ମୋବାଇଲ ଜବତ କରିଛି । ମଲ୍ ବୁଲାଇନେବା ବାହାନାରେ ପର୍ସ ଓ ମୋବାଇଲ୍ ଲୁଟି ଫେରାର ହୋଇଯାଉଥିଲା। ପ୍ରଭାସ ନାଁରେ ରଜ୍ୟର ବିଭିନ୍ନ ଥାନାରେ ଠକେଇ ମାମଲା ରହିଛି। ପୂର୍ବରୁ ୩ ଥର ଗିରଫ ହୋଇ ଜେଲ୍ ଯାଇଥିଲା। ଯୁବତୀଙ୍କଠାରୁ ଯେଉଁ ମୋବାଇଲଗୁଡ଼ିକ ପ୍ରଭାସ ଲୁଟି ଆଣୁଥିଲା ସେସବୁକୁ ଶସ୍ତାରେ ବିକ୍ରି କରି ଅଏସ୍ କରୁଥିଲା । ପ୍ରଭାସର ଘର କଟକ ଜିଲ୍ଲା ବଡମ୍ବା ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।