You are currently viewing ୭ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ୨ ଅଭିଯୁକ୍ତ ଗିରଫ

୭ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ଏଏନଏସ)୦୨/୦୩, ରାଜଧାନୀରୁ ବିପୁଳ ପରିମାଣର ଜାଲ ନୋଟ ଜବତ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଜାଲ ନୋଟ କାରବାର ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖାରବେଳନଗର ଥାନା ଅଞ୍ଚଳରେ ଚଢାଉ କରି ୭ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଅଧିକ ତଥ୍ୟ ପାଇଁଏହି ଘଟଣାର ଖୋଳତାଡ କରୁଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।