Crime

ବାପାର କୋଦାଳ ଚୋଟରେ ଗଲା ପୁଅର ଜୀବନ

ଉମରକୋଟ (ଏଏନଏସ୍): ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ ହୋଇଛି। ଅଭିଯୁକ୍ତ ବାପା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଖାଣ୍ଡା ଗ୍ରାମରେ।

ସୂଚନା ରୁ ପ୍ରକାଶ, ସମୀର ରାୟ (୨୫)  ମଦ ପିଇ ଘରକୁ ଆସି ସବୁଦିନ ଗଣ୍ଡଗୋଳ କରେ। ଏଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ବୁଧବାର ବିଳମ୍ବିତ ରାତିରେ ସମୀର ମଦ ପିଇ ଘରକୁ ଆସି ବାପା ବିପୁଲ ରାୟଙ୍କ ସହ ପାଟିତୁଣ୍ଡ କରିଥିଲା। ଏଥିରେ ବାପା ରାଗି ଯାଇ କୋଦାଳରେ ସମୀରର ମୁଣ୍ଡକୁ ଚୋଟ ମାରି ଥିଲେ। ଫଳରେ ସମୀରର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ପରେ ବାପା ବିପୁଲ ଗାଁରୁ କେଉଁଆଡ଼େ ପଳେଇ ଯାଇଥିଲେ। ଖବର ପାଇ ଉମରକୋଟ ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ଘଟଣା ସ୍ଥଳରେ ପହଞ୍ଚି ବିପୁଲଙ୍କୁ ବିଭିନ୍ନ ଗ୍ରାମରେ ଖୋଜା ଖୋଜି କରିବା ବେଳକୁ ବିପୁଳ ରାୟ ଉମରକୋଟ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।