You are currently viewing ଓଡିଶାରେ କମିଛି ବେକାରୀ ସମସ୍ୟା

ଓଡିଶାରେ କମିଛି ବେକାରୀ ସମସ୍ୟା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୨.୦୧.୨୩) : ସାମ୍ନାକୁ ଆସିଛି ଓଡିଶାର ବେକାରୀ ସମସ୍ୟା । ଓଡ଼ିଶାର ବେକାରୀ ହାରକୁ ନେଇ ଆସିଲା ସିଏମଆଇଇର ତଥ୍ୟ । ସାରା ଦେଶରେ ବେକାରୀ ହାର ବଢିଥିବା ବେଳେ ଓଡ଼ିଶାରେ କମିଛି ବେକାରୀଙ୍କ ସଂଖ୍ୟା । ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭ ଦଶମିକ ୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଶୂନ୍ ଦଶମିକ ୯ପ୍ରତିଶତ ରହିଛି । ସେପଟେ ଆରବିଆଇ ରିପୋର୍ଟ ଅନୁସାରେ ଓଡ଼ିଶାର ସହରାଂଚଳରେ ବେକାରୀ ହାର ୭ଦଶମିକ ୮ପ୍ରତିଶତ ରହିଛି । ସେପଟେ ରାଜ୍ୟସଭାରେ ଉତ୍ତର ରଖି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଓଡ଼ିଶାରେ ବେକାରୀ ହାର ୫ଦଶମିକ ୩ପ୍ରତିଶତ ରହିଛି । ଓଡ଼ିଶାର ବେକାରୀ ହାରକୁ ନେଇ ଏଭଳି ଭିନ୍ନ ଭିନ୍ନ ରିପୋର୍ଟ ଆସିବା ପରେ ତେଜିଛି ରାଜନୀତି । ଏପରି ରିପୋର୍ଟ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ବିଜେପି ଓ କଂଗ୍ରେସ କହିଛନ୍ତି । ଏହାର ଜବାବ ରଖିଛି ବିଜେଡି ।

ଅନ୍ୟମାନଙ୍କୁ ଜଣାନ୍ତୁ।