You are currently viewing ରଥଯାତ୍ରାରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ ,ଥାନାରେ ଏତଲା

ରଥଯାତ୍ରାରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ ,ଥାନାରେ ଏତଲା

ପୁରୀ-୧୩.୦୭.୨୦୨୧(ଅନନ୍ତ ସିଂ),ରଥଯାତ୍ରାରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଗଲା |

ପୁରୀରେ କର୍ଫ୍ୟୁ ବଳବତ୍ତର ଥିବାବେଳେ ରଥ ନିକଟରେ ଠିଆ ହୋଇଥିବା ମହାଶୟମାନେ କିଏ ? ପୁରୀ ସହର ଲୋକେ ଘର ଭିତରେ ରହି ଝରଖା ଫାଙ୍କ ବାଟେ ରଥଟଣା ଦେଖିବା ଲାଗି ପ୍ରଶାସନ କଟକଣା ଜାରି କରିଥିଲା l ପୁରୀରେ ଘର କରି ଗତ ଦୁଇ ବର୍ଷ ହେଲା ଲୋକେ ରଥଯାତ୍ରା ଦେଖି ନପାରି ଏବେ କାନ୍ଦୁଛନ୍ତି l ଅଥଚ ବାହାରୁ କୁଆଡୁ ଆସି ଏଇ ବାବୁମାନେ ରଥ ଘେର ଭିତରକୁ ଯାଇ ସେଠାରେ ଫଟୋ ଉଠେଇବାକୁ ସାହସ କରିପାରିଲେ କେମିତି ? ପ୍ରଶାସନର ସ୍ୱୀକୃତି ବିନା ଏହା ସମ୍ଭବ ହେଲାଭଳି ତ ଲାଗୁନି l ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ନା ସମସ୍ତେ ମିଳିମିଶି ଘଟଣାକୁ ଚାପିଦେବେ ? ତାହା ଦେଖିବାକୁ ବାକି ରହିଲା l ସରକାର, ପ୍ରଶାସନ ଓ ଜନସାଧାରଣ ସମସ୍ତେ ଆଇନକୁ ସମ୍ମାନ ଦେଇ କାର୍ଯ୍ୟ କରିବା ଉଚିତ l ପୁରୀ ଲୋକଙ୍କ ଧୈର୍ଯ୍ୟ ଓ ସଂଯମତାକୁ କୋଟି ପ୍ରଣାମ l

ଅନ୍ୟମାନଙ୍କୁ ଜଣାନ୍ତୁ।