You are currently viewing ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ

ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ

  • Post category:ଓଡିଶା
  • Reading time:1 mins read

ବାଲେଶ୍ବର (ଏଏନଏସ) ୦୫/୧୨: ବିଦ୍ୟୁତ୍ ସର୍ଟ ସର୍କିଟରୁ ଜଳିଗଲା ଦୁଇ ମହଲା ଘର । ଏହି ଅଗ୍ନିକାଣ୍ଡଟି ବାଲେଶ୍ବର ଜିଲ୍ଲା ସୋର ମୁନିସିପାଲିଟ କମରପୁର ମହାବୀର କଲୋନୀରେ ସଂଗ୍ରାମ କେଶରି ମହାନ୍ତିଙ୍କ ଘରେ ଘଟିଛି । ଲକ୍ଷ ଲକ୍ଷ ଟଙ୍କାର ଔଷଧ ପୋଡି ନଷ୍ଟ ହୋଇଛି ।

ସୂଚନା ଅନୁଯାୟୀ ସଂଗ୍ରାମ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ କଟକ ଯାଇଥିବା ବେଳେ ଘରେ କେହି ନଥିଲେ । ହଠାତ ଘରୁ ନିଆଁ ବାହାରିବା ଦେଖି ପଡ଼ୋଶୀ ଦମକଳବାହିନୀକୁ  ଖବର ଦେଇଥିଲେ । ଘରେ ତାଲା ପଡିଥିବାରୁ ସ୍ଥନୀୟ ଲୋକ ଓ ଅଗ୍ନିଶମ ବାହିନୀ ତାଲା ଭାଙ୍ଗି ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।