You are currently viewing ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ,୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ,୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ)୩୦/୧୦: ଅଗ୍ନିକାଣ୍ଡରେ ଜଳିଗଲା ୩ଟି ପରିବାରର ୫ ବଖରା ଘର । ଏହି ଅଗ୍ନିକାଣ୍ଡ ଭଦ୍ରକ ଜିଲ୍ଲା ବାଣିତିଆ ପଞ୍ଚାୟତ ଦକ୍ଷିଣସାହୀ ଗାଁରେ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ଟି ଗୋରୁ ସହ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଦକ୍ଷିଣସାହି ଗାଁର ଗୋପବନ୍ଧୁ ଜେନାଙ୍କ ପରିବାର ଲୋକେ ଗତରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ । ଶୋଇଥିବା ସମୟରେ ହଠାତ୍ ବିଦ୍ୟୁତ ସର୍ଟ ସର୍କିଟ ଘଟି ଗୋପବନ୍ଧୁଙ୍କ ଘରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଏହି ନିଆଁ ପଡ଼ୋଶୀ ଘରକୁ ବ୍ୟାପି ଯାଇଥିଲା । ସୌଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ନିଆଁରୁ ରକ୍ଷା ପାଇ ଯାଇଥିବା ବେଳେ ଘରୁ କୌଣସି ଜିନିଷ ପତ୍ର କାଢ଼ି ପାରି ନଥିଲେ । ତେବେ ନିଆଁର ଝାସରେ ଗୋପବନ୍ଧୁ ଓ ତାଙ୍କ ୨ଭାଇଙ୍କର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲେ । ଏହାସହିତ ଗୁହାଳ ଘରେ ନିଆଁ ଲାଗି ୪ଟି ଗୋରୁ ଓ ଗୋଟିଏ ଛେଳିଙ୍କର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡରେ ଘରେ ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର ଜଳି ପୋଡ଼ି ଛାରଖାର୍ ହୋଇ ଯାଇଛି । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।