You are currently viewing ଗ୍ୟାରେଜରେ ନିଆଁ; ଜଳିଗଲା ୪ ବସ, ଗୋଟିଏ ସ୍କୋର୍ପିଓ

ଗ୍ୟାରେଜରେ ନିଆଁ; ଜଳିଗଲା ୪ ବସ, ଗୋଟିଏ ସ୍କୋର୍ପିଓ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ପ୍ରିୟବ୍ରତ) – ଗ୍ୟାରେଜରେ ଲାଗିଲା ନିଆଁ | ଜଳିଗଲା 4ଟି ବସ ଓ ଗୋଟିଏ ସ୍କୋର୍ପିଓ ଗାଡି | ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗ୍ୟାରେଜରେ ନିଆଁକୁ ଆୟତ୍ତ କରାଯାଇଛି | ଭଦ୍ରକ ୧୬ ନଂ ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି 4 ଟି ବସ ଓ ଗୋଟିଏ ସ୍କୋର୍ପିଓ ସମେତ ଗୋଟିଏ କ୍ୟାବିନ ଜଲିଯାଇଛି |

ନିଆଁ ଜଳୁଥିବାର ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ | ଖବରପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ | ଦୀର୍ଘ 3 ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ | କିନ୍ତୁ ସେତେବେଳକୁ ବସ ଓ ସ୍କୋର୍ପିଓ ପୋଡି ପାଉଁଶ ହୋଇଯାଇଥିଲା |

ଅନ୍ୟମାନଙ୍କୁ ଜଣାନ୍ତୁ।