You are currently viewing ହାତୀ ଘଉଡ଼ାଇବା ପାଇଁ ଜଙ୍ଗଲରେ ଲଗାଇଦେଲେ ନିଆଁ

ହାତୀ ଘଉଡ଼ାଇବା ପାଇଁ ଜଙ୍ଗଲରେ ଲଗାଇଦେଲେ ନିଆଁ

  • Post category:ଓଡିଶା
  • Reading time:1 mins read

ମୟୂରଭଞ୍ଜ(ଏଏନଏସ)୨୪/୦୫, ହାତୀ ଘଉଡ଼ାଇବା ପାଇଁ ଜଙ୍ଗଲରେ ନିଆଁ ଲଗାଇଦେଲେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ଗତକାଲି କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଶୁକୃଲି ବ୍ଲକ ଘରମାବେଡ଼ା ଗାଁ ଜଙ୍ଗଲକୁ ଆସିଥିଲେ ୧୭ ଟିକିଆ ହାତୀପଲ । ସନ୍ଧ୍ୟା ସମୟରେ ହାତୀପଲ ଘରମାବେଡ଼ା ଜଙ୍ଗଲରୁ ବାହାରି ବୈତରଣୀ ନଦୀ ପାର ହୋଇ କେନ୍ଦୁଝର ଜିଲ୍ଲାକୁ ଫେରିଯାଇଥିଲେ । ହାତୀପଲକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ କହିଛନ୍ତି ହାତୀପଲ ପଳାଇଯିବାର ଦୀର୍ଘ ସମୟ ପରେ ଜଙ୍ଗଲରେ କିଏ ନିଆଁ ଲଗାଇଦେଇଥିଲା । କିନ୍ତୁ ହାତୀ ଥିବା ସମୟରେ ଜଙ୍ଗଲରେ ନିଆଁ ଲାଗି ନାହଁ

ଅନ୍ୟମାନଙ୍କୁ ଜଣାନ୍ତୁ।