You are currently viewing ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ

ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ

ଏଏନଏସ୍: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ଡ଼୍ୟାମରୁ ନିଷ୍କାସିତ ହେଉଥିବା ଜଳ ମନ୍ଦିର ଭିତରେ ପଶିଛି। ଏନେଇ ମା’ଙ୍କ ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ମା’ ଭଟ୍ଟାରିକାଙ୍କର ପୂଜାର୍ଚ୍ଚନା କରାଯାଉଛି ।

ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରରେ ଲାଗିଥିବା ସମସ୍ତ କବାଟ ଖୋଲାଯିବା ସହ ମା’ଙ୍କ ନୀତିକାନ୍ତିରେ ଯେଭଳି କୌଣସି ବିଭ୍ରାଟ ନଘଟେ ସେଥିପ୍ରତି ବଡ଼ମ୍ବା ଦେବତୋର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।