You are currently viewing ହୀରାକୁଦରେ ୨୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦରେ ୨୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୧୬.୦୯.୨୦୨୧, ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଦେବାରେ ଲାଗିଛି । ଫଳରେ ହୀରାକୁଦରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ସକାଳ ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୩୯ ଫୁଟ ରହିଥିଲା । ତେବେ ବର୍ତ୍ତମାନ ବାମପଟ ସ୍ପିଲୱେର ୧୬ଟି ଓ ଡାହାଣପଟ ସ୍ପିଲୱେର ୮ ଗେଟ୍ ଖୋଲା ଯାଇଛି । ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୩୫ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।