You are currently viewing ପ୍ରଚାର ମଇଦାନରେ ବିଦେଶୀ ବୋହୂ

ପ୍ରଚାର ମଇଦାନରେ ବିଦେଶୀ ବୋହୂ

ପୁରୀ(ଏଏନଏସ)୧୦.୦୨.୨୦୨୨, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀମାନେ ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କେହି କେହି ଦୀର୍ଘଦିନ ଧରି ପଞ୍ଚାୟତରେ ରହିଥିବା ଅନେକ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ପାଖରେ ପ୍ରତିଶ୍ରୁତି ଦେଉଥିବା ବେଳେ ଅନ୍ୟ କେହି ଗ୍ରାମର ବିକାଶ ପାଇଁ ଶାସନ ପରିବର୍ତ୍ତନର ଜରୁରୀ କହି ନୂତନ ଆଶା ଦେଖାଉଛନ୍ତି । ଲୋକ ମଧ୍ୟ ଉପଯୁକ୍ତ ପ୍ରାର୍ଥୀଙ୍କୁ ଊଣା ଅଧିକେ ନିଜ ମନରେ ବାଛି ସାରିଲେଣି। ଏହି ପରିପ୍ରେକ୍ଷୀରେ ପୁରୀ କାଶିହରିପୁର ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ଜଣେ ବିଦେଶିନୀ। ଜଣେ ବିଦେଶୀ ଓଡ଼ିଆ ବୋହୂ ହୋଇ ସାଲୱାର ଓ ହାତରେ ଶଙ୍ଖା ପିନ୍ଧି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଦୀର୍ଘ ୬ବର୍ଷ ଧରି ରହିଆସୁଥିବା ଇଜାବେଲ ନାମ୍ନୀ ଜଣେ ଫ୍ରାନ୍ସ ବଂଶଜ ମହିଳା ହାତରେ ଚକୋଲେଟ ଡବାଟିଏ ଧରି ପ୍ରଚାର କରିଥିବାର ଚିତ୍ର ବେଶ୍‌ ଚର୍ଚ୍ଚାରେ ରହିଛି। ନିର୍ବାଚନ ମଇଦାନରେ ଅବତରଣ ହୋଇଥିବା ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା, ସମିତି ସଭ୍ୟ ପ୍ରାର୍ଥୀ ପ୍ରଦୀପ ଭାନୁ ଘଟୁଆରୀଙ୍କ ପାଇଁ ସେ ପ୍ରଚାର କରୁଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।