You are currently viewing ଆରପାରିରେ ପୂର୍ବତନ ବିଧାୟିକା ରୋଶନୀ ସିଂଦେଓ

ଆରପାରିରେ ପୂର୍ବତନ ବିଧାୟିକା ରୋଶନୀ ସିଂଦେଓ

ଭୁବନେଶ୍ୱର(ଏଏନଏସ)୧୧/୦୨: ଆରପାରିରେ କଳାହାଣ୍ଡି ଜିଲ୍ଲାର କୋକସରାର ପୂର୍ବତନ ବିଧାୟିକା ରୋଶନି ସିଂହଦେଓ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଶ୍ରୀମତୀ ସିଂଦେଓ ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ରୋଶନୀ ସିଂହଦେଓ ହେଉଛନ୍ତି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ମା’ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମର ଶରୀରକୁ ଜୟପାଟଣା ଅଣାଯାଉଛି।

ରୋଶନୀ ସିଂହଦେଓ କୋକସରାରୁ ଲଗାଗାତ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫-୨୦୦୦ ଏବଂ ୨୦୦୦-୨୦୦୪ରୁ ସେ ବିଧାୟିକା ଥିଲେ ।  ଜନତା ଦଳରୁ ୧୯୯୫ରୁ ୨୦୦୦ ଓ ବିଜୁ ଜନତା ଦଳରୁ ୨୦୦୦ ରୁ ୨୦୦୪ ପର‌୍ୟ୍ୟନ୍ତ ବିଧାୟିକା ରହିଥିଲେ ।ନିର୍ବାଚନ ମଣ୍ଡଳୀ ବିଭାଜନ ପରେ ତାଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ବିଜୁ ଜନତା ଦଳରୁ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଧର୍ମଗଡ ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ବିଧାୟକ ରହିଥିଲେ । ବର୍ତ୍ତମାନ ସେ କଳାହାଣ୍ଡି ଜିଲ୍ଲା ବିଜେଡିର ସଭାପତି ରହିଛନ୍ତି । ତାଙ୍କର ମୃତ୍ୟୁ ସମ୍ବାଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁତ ରାଜନେତା, ପ୍ରଶାସକ, ସାମ୍ବାଦିକ, ଶୁଭେଚ୍ଛୁ ଓ ଆତ୍ମୀୟସ୍ୱଜନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।